ବଳାଶ୍ରମରେ ଢିଲା ସୁରକ୍ଷା ବ୍ୟବସ୍ଥା, ପାଚେରୀ ଡେଇଁ ଖସି ପଳାଇଲେ ୧୩ଜଣ ଅନ୍ତେବାସିନୀ। ଉଦ୍ଧାର ପାଇଁ ତନାଘନା ଜାରି।

0
616

ବ୍ରହ୍ମପୁର ((ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ)-: ବ୍ରହ୍ମପୁର ଗୋଷାଣୀ ନୂଆଗାଁ ସ୍ଥିତ ଉତ୍କଳ ବାଳାଶ୍ରମରୁ ପୁଣି ୧୩ଜଣ ଅନ୍ତେବାସିନୀ କେଉଁଆଡ଼େ ପଳାଇ ଯାଇଛନ୍ତି। ଗତକାଲି ବିଳମ୍ବିତ ରାତିରେ ଏହି ଅନ୍ତେବାସିନୀମାନେ ବାଳାଶ୍ରମ ପାଚେରି ଡେଇଁ ପଲାଇଥିବା ଅନୁମାନ କରାଯାଉଛି। ବାଳାଶ୍ରମ କର୍ତ୍ତୃପକ୍ଷ ଏନେଇ ଗୋଷାଣୀ ନୂଆଗାଁ ଥାନାରେ ଏତଲା ଦେବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ପୂର୍ବରୁ ମଧ୍ୟ ଅନୁରୂପ ଭାବେ ଅନ୍ତେବାସିନୀମାନେ ଫେରାର ହେବାରେ ସକ୍ଷମ ହୋଇଥିଲେ। ଫେରାର ଅନ୍ତେବାସିନୀଙ୍କ ମଧ୍ୟରେ ୮ଜଣ ଦୁଷ୍କର୍ମ ପିଡିତା, ଜଣେ ବାଲ୍ୟ ବିବାହ କରି ଉଦ୍ଧାର ହୋଇଥିବା ବେଳେ ଅନ୍ୟ ୪ଜଣ କୌଣସି କାରଣରୁ ଘର ଛାଡ଼ି ଚାଲି ଆସିଥିବା ବେଳେ ପରବର୍ତ୍ତୀ ସମୟରେ ଉଦ୍ଧାର ହୋଇ ଏଠାରେ ରହି ଆସୁଥିଲେ। ବାଳାଶ୍ରମ ପକ୍ଷରୁ ଘଟଣା ସମ୍ପର୍କରେ ଅବଗତ ହେବ ପରେ ସ୍ଥାନୀୟ ଗୋଶାଣିନୁଆଗାଁ ଥାନାରେ ଏତଲା ଦିଆଯାଇଛି। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ପୋଲିସ ପକ୍ଷରୁ ଫେରାର ଅନ୍ତେବାସିନୀଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି। ସମସ୍ତ ଅନ୍ତେବାସୀ ଭୁବନେଶ୍ୱର ଅଭିମୁଖେ ଟ୍ରେନ୍ ଯୋଗେ ଯାଇଥିବା ସୂଚନା ମିଳିଛି। ଫଳରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଭୁବନେଶ୍ୱର ଯାତ୍ରା କରିଛନ୍ତି। ଘଟଣା ନେଇ ବ୍ରହ୍ମପୁର ଉପଜିଲ୍ଲାପାଳ ବାଳାଶ୍ରମରେ ତଦନ୍ତ କରିଛନ୍ତି। କେଉଁ ପରିସ୍ଥିତିରେ ବାଳାଶ୍ରମରୁ ସେପୁଣି ଏକକାଳୀନ ୧୩ଜଣ ଚମ୍ପଟ ମାରିବାରେ ସକ୍ଷମ ହୋଇଛନ୍ତି ତାହାର ବିଧିବଦ୍ଧ ତଦନ୍ତ କରାଯାଉଥିବା ବ୍ରହ୍ମପୁର ଏସ ପି ପିନାକ ମିଶ୍ର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here