ଓଏଏସ ପରୀକ୍ଷାରେ ଦେବାଶିଷ ପଣ୍ଡା ହେଲେ ଟପ୍ପର, ୨୧୮ଜଣ ପ୍ରାର୍ଥୀ କୃତକାର୍ଯ୍ୟ

0
616

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପ୍ରକାଶ ପାଇଛି ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ଅନୁଷ୍ଠିତ ୨୦୧୮ ମସିହା ପ୍ରଶାସନିକ ସେବା ପରୀକ୍ଷା ଫଳ । ନଭେମ୍ବର ମାସରେ ଏହି ପ୍ରଶାସନିକ ସେବାର ମେନ୍ ପରୀକ୍ଷା ଫଳ ପ୍ରକାଶ ପାଇଥିଲା। ଓଡ଼ିଶା ଲୋକସେବା ଆୟୋଗଙ୍କ ୱେବସାଇଟ୍ ଅନୁସାରେ ପରୀକ୍ଷାରେ ଦେବାଶୀଷ ପଣ୍ଡା ଟପ୍ପର ହୋଇଥିବାବେଳେ ୨୧୮ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ଏଥିରେ ୭୨ଜଣ ମହିଳା ପ୍ରାର୍ଥୀଥିବାବେଳେ ପ୍ରଥମ ୧୦ଜଣଙ୍କ ମଧ୍ୟରେ ୬ଜଣ ଝିଅ ଅଛନ୍ତି। ଏହି ପ୍ରାର୍ଥୀମାନେ ଓଡ଼ିଶା ସରକାରଙ୍କ ଗ୍ରୁପ-ଏ ଓ ଗ୍ରୁପ୍-ବି ବର୍ଗରେ ଚାକିରି କରିବାର ସୁଯୋଗ ପାଇବେ। ଟପ୍ପର ଦେବାଶୀଷ ପଣ୍ଡାଙ୍କ ତଳକୁ ଋତୁପୂର୍ଣ୍ଣା ମହାପାତ୍ର, ଆକାଶ କୁମାର ପଣ୍ଡା, ସନ୍ତୋଷିନୀ ଦାଶ, ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡା, ଶକ୍ତିଶ୍ରୀ ଅନୀଲରଞ୍ଜନ ସାହୁ, ଶତାବ୍ଦୀ ରାୟ, ଦମୟନ୍ତୀ ସାହୁ, ଶକ୍ତି ମହାପାତ୍ର ଓ ସ୍ମରଣିକା ଟୁଲୋ ଅଛନ୍ତି।

LEAVE A REPLY

Please enter your comment!
Please enter your name here