କ୍ଷେତ୍ର ପରିଦର୍ଶନରେ ଯାଇ କନିଷ୍ଠ ଯନ୍ତ୍ରୀ ନିଖୋଜ, ୨୪ଘଣ୍ଟା ପରେ ବି ଫେରିନାହାନ୍ତି l

0
593

ଜୟପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ): ଜୟପୁର ବୋରିଗୁମ୍ମା ଆରଡବ୍ଲୁଏସଏସର ଜେଇ ଏମ୍.ଭେଙ୍କେଟେଶ୍ବର ରାଓ ନିଖୋଜ । ଗତକାଲି ଅପରାହ୍ନଠାରୁ ନିଖୋଜ ହୋଇଥିବା ବୋରିଗୁମ୍ମା ଥାନାରେ ଅଭିଯୋଗ ହୋଇଛି । ଫିଲ୍ଡ କାମ ତଦାରଖ କରିବାକୁ ନିଜ ସହକର୍ମୀଙ୍କ ସହ ଯାଇଥିଲେ, ହେଲେ ଆଉ ଫେରିନଥିବା ପରିବାର ଲୋକେ କହିଛନ୍ତି । ଏ ନେଇ ଆରଡବ୍ଲୁଏସଏସ ଏସଡିଓ ମଧ୍ୟ ବିସିଂହପୁର ଥାନାରେ ଏତଲା ଦେଇଛନ୍ତି ।ସୂଚନାଯୋଗ୍ୟ ଯେ, ଗତକାଲି ବୋରିଗୁମ୍ମା ବ୍ଲକ୍ ଆରଡବ୍ଲୁଏସଏସ ବିଭାଗର ଏକ ଗାଡିରେ କିଛି ପ୍ରକଳ୍ପ ଦେଖିବା ପାଇଁ ଏସଡିଓ, ଦୁଇଜଣ ଜେଇ ଏବଂ ଦୁଇଜଣ କଣ୍ଟ୍ରାକ୍ଟର ମିଶି ହରଡାଗୁଡାକୁ ଯାଇଥିଲେ । ହେଲେ ସେଠାରୁ କନିଷ୍ଠ ଯନ୍ତ୍ରୀ ରାଓ ନିଖୋଜ ହୋଇଯାଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା ।ଘଟଣାର ୨୪ ଘଣ୍ଟା ପରେ ବି ଏମ୍.ଭେଙ୍କେଟେଶ୍ବର ରାଓଙ୍କ କୌଣସି ଖୋଜ ଖବର ମିଳୁନଥିବା ସହ ତାଙ୍କ ଫୋନ୍ ମଧ୍ୟ ଲାଗୁନାହିଁ । ତାଙ୍କ ସ୍ତ୍ରୀ ବୋରିଗୁମ୍ମା ଏସଡିପିଓଙ୍କୁ ଭେଟିଛନ୍ତି ।

LEAVE A REPLY

Please enter your comment!
Please enter your name here