ନାବାଳିକା ଅପହରଣ ଅଭିଯୋଗରେ ଧରାପଡିଲେ ଯୁବକ

0
380

ଆସିକା(ନ୍ୟୁଜଏକ୍ସଟ୍ରା) ଆସ୍କା ଅଞ୍ଚଳର ଜଣେ ନାବାଳିକା ଯୁବତୀକୁ ନେଇ ତୁମ୍ବଠେଙ୍ଗାପଲ୍ଲୀର ଯୁବକ ଏମ୍ ଚକ୍ରବର୍ତ୍ତୀ ଗତକାଲି କୁଆଡେ ଫେରାର ହୋଇଯାଇଥିଲେ।ନାବାଳିକାର ମା’ ଆସ୍କା ଥାନାରେ ଅଭିଯୋଗ କଲାପରେ ଆସ୍କା ପୋଲିସ ଉଭୟଙ୍କୁ ଧରିବାରେ ସଫଳ ହୋଇଛି।ଉଭୟେ ଦୁଇତିନି ବର୍ଷଧରି ପ୍ରେମ ସମ୍ପର୍କରେ ଥିବା ଜଣାପଡିଛି।ଝିଅଟି ନାବାଳିକା ହୋଇଥିବାରୁ ଅଭିଯୁକ୍ତ ଏମ ଚକ୍ରବର୍ତ୍ତୀ ଓ ନାବାଳିକାକୁ ଡାକ୍ତରୀ ମାଇନା ନିମନ୍ତେ ବ୍ରହ୍ମପୁର ଏମ କେ ସି ଜି ମେଡିକାଲକୁ ପଠାଯିବା ପରେ POCSO କୋର୍ଟ ବ୍ରହ୍ମପୁରକୁ ଚାଲଣ କରାଯାଇଛି।ଅଭିଯୁକ୍ତ ନାମରେ ଆସ୍କା ପୋଲିସ କେସ ନଂ ୧୫୪’U/S୩୬୩ ଆଇପିସି,୩୭୬(୨),IPC/୬ POSCSO ଧାରା ଅନୁଯାୟୀ ଅପହରଣ,ନାବାଳିକା ଧର୍ଷଣ,ଯୌନ ନିର୍ଯ୍ୟାତନା ଭଳି ସଂଗୀନ ଦଫା ଲାଗିଥିବା ଜଣା ପଡିଛି ।

ରିପୋର୍ଟ :ଜଗନ୍ନାଥ ସାହୁ

LEAVE A REPLY

Please enter your comment!
Please enter your name here