ମନ୍ଦିର ନିକଟରୁ ବୃଦ୍ଧଙ୍କ କ୍ଷତାକ୍ତ ଶବ ଉଦ୍ଧାର, ହତ୍ୟା ସନ୍ଦେହ।

0
565

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ତଥା ଧରାକୋଟ ବ୍ଳକ ଅନ୍ତର୍ଗତ ମାଣିକପୁର ଗାଁ ନିକଟରେ ଥିବା ତେଲିଆ ମନ୍ଦିର ନିକଟରୁ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ବୃଦ୍ଧ ଜଣକ ଖାରିପଲି ଗାଁର ଭରତ ବେହେରା ବୋଲି ଜଣାପଡିଥିବା ବେଳେ ମୁଢି ବିକ୍ରି କରିବାକୁ ଘରୁ ବାହାରିଥିବା ବେଳେ ଏହି ଘଟଣା ଘଟିଛି। ତେବେ ମୃତ୍ୟୁର ଅସଲ କାରଣ ଏବେ ବି ଜଣାପଡିନାହିଁ। ମୁଣ୍ଡରେ ଗଭୀର ଆଘାତ ଚିହ୍ନ ଥିବା ଜଣାପଡିଛି। ପୋଲିସ ଏହା ଏକ ହତ୍ୟାକାଣ୍ଡ ବୋଲି ଅନୁମାନ କରୁଥିବା ବେଳେ ଶବକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here