ନେହେରୁ ନଗର ଉନ୍ନୟନ ସଂଘ ତରଫରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ

0
617

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଗତକାଲି ନେହେରୁ ନଗର ଉନ୍ନୟନ ସଂଘ ତରଫରୁ ସାହିରେ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଇଥିଲା | ସଂଘର ସଭାପତି ଶ୍ରୀ ଅଶ୍ୱିନୀ କୁମାର ପଟ୍ଟନାୟକଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା | ସାହିର ପରିବେଶକୁ ସଫା କରି ନେହୁରୁ ନଗର ଅଂଚଳକୁ ସଫାକରିଥିବା ପୁରୁଷ ଓ ମହିଳା କର୍ମଚାରୀମାନଙ୍କୁ ସଂଘ ତରଫରୁ ଉପଢୌକନ ଓ ମିଷ୍ଟାନ ବଣ୍ଟନ କରାଯାଇଥିଲା | ସଂଘର ସାଧାରଣ ସମ୍ପାଦିକା ଶ୍ରୀମତୀ ସ୍ମିତାରାଣୀ ପଣ୍ଡାଙ୍କ ଦ୍ୱାରା ଉପଢୌକନ ବିତରଣ କରାଯାଇଥିବା ବେଳେ ସମ୍ପାଦିକା ଶ୍ରୀମତୀ ଲିଲିମା ପାତ୍ରଙ୍କ ଦ୍ୱାରା ମିଷ୍ଟାନ ବଣ୍ଟନ କରାଯାଇଥିଲା | ଶ୍ରୀମତୀ ରାଜେଶ୍ୱରୀ,ପଦ୍ମନାଭ ନାୟକ,ଶିଶିର ସାହୁ,ମନଭଜନ କୁମାର ପଟ୍ଟନାୟକ,ଭଗବାନ ପାତ୍ର ଓ ସୁଧୀର କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ | ଅଞ୍ଚଳବାସୀଙ୍କୁ ନବ ବର୍ଷର ଶୁଭେଛା ଓ ଅଭିନନ୍ଦନ ଜଣାଯାଇଥିଲା |

LEAVE A REPLY

Please enter your comment!
Please enter your name here