ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଭବ୍ୟ ସମ୍ୱର୍ଦ୍ଧନା

0
607

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ଦିନିକିଆ ଗଂଜାମ ଗ୍ରସ୍ତରେ ଆସି ବ୍ରହ୍ମପୁର ଠାରେ ଟାଉନ ହଲରେ ଆୟୋଜିତ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ପକ୍ଷରୁ ଏକ ସମ୍ୱର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ। ଦକ୍ଷିଣ ଓଡିଶା ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ଏହି ନାଗରିକ ସମ୍ୱର୍ଦ୍ଧନା ସଭାରେ ଭାରତୀୟ ଜନତା ଯୁବମୋର୍ଚ୍ଚାର କର୍ମକର୍ତ୍ତାମାନେ ସ୍ଥାନୀୟ ସିଟି ହାଇସ୍କୁଲ ପଡିଆ ହୋଇଥିବା ହେଲିପେଡରୁ ଟାଉନହଲ ପର୍ଯ୍ୟନ୍ତ ରାଜ୍ୟପାଳଙ୍କୁ ପାଛୋଟି ନେଇଥିଲେ ପରେ ଏକ ବିରାଟ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ।ଏହି ଅବସରରେ ବ୍ରହ୍ମପୁର ସହରର ତଥା ଗଞ୍ଜାମ ଜିଲ୍ଲାର ବହୁ ସଂଗଠନମାନଙ୍କ ସମେତ ଦଳ ମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରାଜ୍ୟପାଳ ନିଜ ବକ୍ତବ୍ୟରେ ମୋ ଗଞ୍ଜାମ ମାଟିର ଐତିହ୍ୟ କଳା ଓ ସଂସ୍କୃତି ଭାଷା ସାହିତ୍ୟ ବିଭବର ଗାଥା ଆଲୋଚନା କରି କହିଥିଲେ ଏମlଟିର ମହକକୁ ସମୃଦ୍ଧ କରିଛି ଏଠାକାର ଜୀବନ ସଂସ୍କୃତି। ଗଞ୍ଜାମରେ ଇଂରେଜମାନଙ୍କ ବିରୁଦ୍ଧରେ ପାଇକ ବିଦ୍ରୋହର ସ୍ମରଣୀୟ ଇତିହାସ ଆଜି ଆମ ଜାତିକୁ ଗୌରବ ଆଣିଦେଇଛି। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ କବିସୁର୍ଯ୍ୟଙ୍କ ଯେଉଁ ମାଟିରେ ଜନ୍ମ ସେହି ଗଞ୍ଜାମ ଜ଼ିଲ୍ଲା ସାହିତ୍ୟରେ କେବଳ ସମୃଦ୍ଧ ଇତିହାସ ଲେଖିନି ବରଂ ଭାଷା ଆନ୍ଦୋଳନରେ ମଧ୍ୟ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିପାରିଛି। ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପାଇଁ ଗଞ୍ଜାମର ଅବଦାନ ରହିଛି ଯେଉଁ ମାଟିର ଭାଷା ଓ ସାହିତ୍ୟ ପ୍ରାଣ ମାନେ ନେତୃତ୍ୱ ନେଇଥିଲେ ସେମାନଙ୍କ ପାଇଁ ଆମେ ଗର୍ବିତ। ଆଜି କୃଷି ଉପରେ ନିର୍ଭର କରୁଥୁବା ଏହି ଅଞ୍ଚଳ ଅଧିବାସୀ ଯୋଗଦାନ ସ୍ମରଣୀୟ। ଦେଶର ସାଂପ୍ରତିକ ସ୍ଥିତିରେ ପ୍ରଦୂଷଣ ପାଇଁ ଆମେ ଚିନ୍ତିତ। ପଯ୍ୟାବରଣ ଓ ପରିବେଶ ସୁରକ୍ଷା ପାଇଁ ବୃକ୍ଷ ସମ୍ପଦ ସୁରକ୍ଷା ପାଇଁ ଆମେ ଯତ୍ନଶୀଳ ହେବା ଜରୁରୀ। ଯଦି ପରିବେଶ ସୁରକ୍ଷା ପାଇଁ ଆମେ ଚିନ୍ତିତ ନ ହେବା ଭବିଷ୍ୟତ ବଂଶଧରଙ୍କ ଠାରେ ଆମେ ଅପରାଧି ହୋଇଯିବା, ପରିବେଶ ତଥା ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଆମ ସମସ୍ତଙ୍କ ନୈତିକ ଦାୟିତ୍ୱ ସମ୍ପାଦନ କରିବାକୁ ହେବ। ଏହି ସଭାରେ ବିଭୁତି ଭୂଷଣ ଜେନା, ପାରଳାଖେମୁଣ୍ଡି ବିଧ୍ୟାୟକ କେ. ନାରାୟଣ ରାଓ, ବ୍ରହ୍ମପୁର ପୂର୍ବତନ ବିଧ୍ୟାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଜାତୀୟ ରବର ବୋର୍ଡ଼ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ଭୃଗୁ ଚନ୍ଦ୍ର ବକ୍ସିପାତ୍ରଙ୍କ ସମେତ ବହୁ ଅତିଥି ମଞ୍ଚାସିନ ଥିଲେ। ଏହି ଅବସରରେ ସମ୍ମିଳନୀ ପକ୍ଷରୁ ବରିଷ୍ଠ ସାମ୍ବାଦିକ ସଞ୍ଜୟ ଜେନା, ହୃଷିକେଶ ମହାନ୍ତି, ସମାଜସେବୀ ସୁଧିର ରାଉତଙ୍କ ସମେତ ବହୁ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରଯାଇଥିଲା l

LEAVE A REPLY

Please enter your comment!
Please enter your name here