ରାଜଧାନୀରେ ସେକ୍ସ ରାକେଟ୍- ବିଦେଶିନୀଙ୍କ ପରେ ଏବେ ବାଲାଂଦେଶୀ ଦେବଜୀବୀ ନକଲି ଆଧାରକାର୍ଡରେ ଆସିଥିଲେ ଓଡ଼ିଶା l

0
549

ଭୁବନେଶ୍ୱର : ରାଜଧାନୀରେ ଗତ ବର୍ଷ ହାଇପ୍ରୋଫାଇଲ୍ ସେକ୍ସ ରାକେଟର ପର୍ଦ୍ଦାଫାସ ହୋଇଥିଲା। ଭୁବନେଶ୍ୱରରେ ଥାଇଲାଣ୍ଡରୁ ଆସି ସେକ୍ସ ରାକେଟ୍ ଓ ବେଆଇନ ସ୍ପା ଚଳାଇଥିବା ଯୁବତୀମାନଙ୍କୁ କମିଶନ୍ରେଟ୍ ପୁଲିସ ତଡି ପାର କରାଇଥିଲା । ସେମାନଙ୍କୁ ବିମାନ ଯୋଗେ ଭୁବନେଶ୍ୱରରୁ ବ୍ୟାଙ୍ଗ୍କକ୍ ପଠାଇ ଦିଆଯାଇଥିଲା ।ଏବେ ପୁଣି ଜଣେ ବାଲାଂଦେଶୀ ଦେହଜୀବୀଙ୍କୁ କମିଶନରେଟ୍ ପୁଲିସ୍ ଧରିଛି। ସେ ବିନା ପାସପୋର୍ଟ ଓ ଭିସାରେ ଏକ ନକଲ ଆଧାରକାର୍ଡରେ ଆସି ରାଜଧାନୀରେ ରହି ସେକ୍ସ ରାକେଟ୍ରେ ସାମିଲ ହୋଇଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ତଳେ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଥିବା ହୋଟେଲ୍ରେ ଯୁବତୀ ଅସଦାଚରଣର ଘଟଣା ଏବେ ନୂଆ ମୋଡ଼ ନେଇଛି । ଅସଦାଚରଣ ଅଭିଯୋଗ ଆଣିଥିବା ଯୁବତୀ ଜଣଙ୍କ ଜଣେ ବାଂଲାଦେଶୀ । ବିନା ପାସ୍ପୋର୍ଟ ଓ ଭିସାରେ ନକଲି ଆଧାରକାର୍ଡ ଧରି ଓଡ଼ିଶା ଆସିଥିବା ଅଭିଯୋଗରେ ପୋଲିସ୍ ତାକୁ ଗିରଫ କରି କୋର୍ଟଚାଲାଣ କରିଛି ।ଗତ ବର୍ଷ ସହିଦ ନଗରରେ ଜୁନ୍ ମାସରେ ଏକ ହାଇ ପ୍ରୋଫାଇଲ୍ ସେକ୍ସ ରାକେଟ୍ର ପର୍ଦ୍ଦାଫାସ ହୋଇଥିଲା । ଏଥିରେ ୮ ଜଣ ଥାଇଲାଣ୍ଡ ଯୁବତୀ ,ସାମିଲ୍ ଥିଲେ h2o ନାମକ ସ୍ପାରେ ଏହି ଅନୈତିକ କାର୍ଯ୍ୟ ଚାଲିଥିଲା । ମସାଜ୍ ପାର୍ଲର ନାଁରେ ଏହି ସେକ୍ସ ରାକେଟ୍ ଚାଲିଥିଲା । ପୁଲିସ ଏହି ଯୁବତୀମାନଙ୍କୁ ତାଙ୍କ ଦେଶକୁ ପଠାଇ ଦେଇଥିଲା ।ସୂଚନାଯୋଗ୍ୟ ଯେ, ଗତ ଏକ ମାସ ହେବ ସଂପୃକ୍ତ ବାଂଲାଦେଶୀ ଯୁବତୀ ଓଡ଼ିଶା ଆସି ଏଠାରେ ଦେହ ବ୍ୟବସାୟ କରୁଥିଲା । ଗତ ୧୬ ତାରିଖ ଦିନ ହୋଟେଲ୍ର ଦୁଇ କର୍ମଚାରୀଙ୍କ ସହ ସଂପୃକ୍ତ ଯୁବତୀର ପାଟିତୁଣ୍ଡ ହୋଇଥିଲା । କଥା ଥାନାରେ ପହଞ୍ଚିଲା ପରେ ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯୁବତୀଙ୍କ ପରିଚୟ ମାଗିଥିଲା । ଯୁବତୀ ପଶ୍ଚିମବଙ୍ଗ ଠିକଣାର ଏକ ଆଧାର କାର୍ଡ ଦେଇଥିଲେ । ଉକ୍ତ କାର୍ଡ ଯାଞ୍ଚ ସମୟରେ ତାହା ନକଲି ବୋଲି ଜଣାପଡ଼ିଥିଲା । ଏହାପରେ ଯୁବତୀଙ୍କୁ ସୁଧାର ଗୃହରେ ଛାଡ଼ି ଘଟଣାର ଅଧିକ ତଦନ୍ତ ପାଇଁ ଏକ ଟିମ୍ କୋଲକତା ଯାଇଥିଲା ।ବିନା ପାସ୍ପୋର୍ଟରେ ବାଂଲାଦେଶରୁ ପଶ୍ଚିମବଙ୍ଗରେ ପଶିଥିଲା । ସେଠାରୁ ରାଜା ନାମକ ଜଣେ ଦଲାଲ୍ ଦ୍ୱାରା ପିପିଲି ଥିବା ରାଣୀ ମହୁମାଛିଙ୍କ ପାଖରେ ପହଞ୍ଚିଲା । ସେ ତାକୁ କାମରେ ଲାଗାଇ ତା’ଠାରୁ ମୋଟା ଅଙ୍କର ଅର୍ଥ ରୋଜଗାର କରୁଥିଲା । ଏମାନେ ୪୦ ଜଣ ବାଂଲାଦେଶୀ ଯୁବତୀଙ୍କୁ ଭୁବନେଶ୍ୱର ଆଣି ଦେହ ବ୍ୟବସାୟରେ ଲଗାଇଛନ୍ତି । ସେମାନଙ୍କ ବୟସ ୨୦ରୁ ୨୫ ମଧ୍ୟରେ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here