କିଲର ଭାଉଜ ଏବେ ଜେଲରେ

0
668

ବାଲୁଗାଁ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କିଲର ଭାଉଜ କାବେରୀ ଏବେ ଜେଲ୍ ଯାଇଛି । ନଣନ୍ଦ ଶିବାନୀର ତଣ୍ଟି କାଟିବା ଅଭିଯୋଗରେ ପୁଲିସ ତାକୁ ଗରିଫ କରିଛି । କାବେରୀ ବି ନିଜ ଦୋଷ ସ୍ୱୀକାର କରିଛି । ଏକ ତରଫା ପ୍ରେମକୁ ନେଇ ଏହି ହତ୍ୟା କାଣ୍ଡ ଘଟିଥିବା ଅଭିଯୋଗ ହୋଇଥିବା ବେଳେ ଏବେ ଘଟଣାରୁ ପର୍ଦ୍ଦା ଉଠିଛି। ପ୍ରେମ ନୁହେଁ ଭାଉଜହିଁ କରିଥିଲା ମରଣାନ୍ତକ ଆକ୍ରମଣ । ଜଣେ ମହିଳା ହୋଇ ନିଜ ବୟସର ନଣନ୍ଦକୁ କରିଥିଲା ଅତି ଦୟନୀୟ ଭାବେ ହତ୍ୟା । ତଣ୍ଟି ଓ ମୁହଁକୁ ବିଭିତ୍ସ ଭାବେ କାଟି ଦେଇଥିଲା କିଲର୍ ଭାଉଜ କାବେରୀ ।ହତ୍ୟାର ଶିକାର ହୋଇଥିବା ଶିବାନୀ ବାଲୁଗାଁ କଲେଜ୍ରେ ଯୁକ୍ତ ଦୁଇରେ ପାଠ ପଢୁଥିଲା । ଭାଉଜ କାବେରୀର ଶିବାନୀଙ୍କ ଭାଇଙ୍କ ସହ ପ୍ରେମ ବିବାହ ହୋଇଥିଲା । ଏହାକୁ ପରିବାର ଲୋକ ବିରୋଧ କରୁଥିଲେ । ଏଥିପାଇଁ ଅନେକ ଥର ଝଗଡା ବି ହୋଇଛି । ଏହି କାରଣରୁ କାବେରୀ ନଣନ୍ଦ ଶିବାନୀକୁ ହତ୍ୟା କରିଥିବା କଥା ପୁଲିସ ସୂଚନା ଦେଇଛି।ଏକ ଛୋଟ କଥାରୁ କାବେରୀ ନଣନ୍ଦ ଶିବାନୀକୁ ହତ୍ୟା କରିଥିଲା । ଟିଭି ଦେଖିବା ବେଳେ ଶିବାନୀସହ ଯୁକ୍ତିତର୍କ ହେବାରୁ ସେ ଭାଉଜକୁ ଚାକରାଣୀ ବୋଲି କହିଦେଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇଥିଲା କାବେରୀ । ଘରେ ଆଉ କେହି ନଥିବାରୁ ଛୁରି ଧରି ମୁହଁ ସହ ଶିବାନୀର ବେକ କାଟି ଦେଇଥିଲା ଶିବାନୀକୁ ତଣ୍ଟି କାଟି ପରେ ଭାଉଜ କାବେରୀ ରଚିଥିଲା ଏକ ନାଟକ । କଲେଜ୍ରେ ଶିବାନୀଙ୍କୁ ଜଣେ ଏକ ତରଫା ପ୍ରେମ କରୁଥିଲା । ଶିବାନୀ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ । ଶଶ୍ୱୁର ଓ ସ୍ୱାମୀ ବେପାର କରିବା ପାଇଁ ଦୋକାନକୁ ଯାଇଥାଆନ୍ତି । ଶାଶୁ ପଡିଶା ଘରକୁ ଯାଇଥିଲେ । ଘରେ କେହି ନଥିବା ସମୟରେ ଶିବାନୀକୁ ହତ୍ୟା କରିବା ପାଇଁ କାବେରୀ ଯୋଜନା କରିଥିଲା । ଶିବାନୀର ତଣ୍ଟି କାଟି ହତ୍ୟା କରିବା ପରେ ସମସ୍ତଙ୍କ ଆଗରେ କହିଥିଲା ଏକ ମନଗଢା କାହାଣୀ । ପରିଶ୍ରା କରିବା ପାଇଁ ବାରିପଟକୁ ଯାଇଥିବା ବେଳେ ଜଣେ ଯୁବକ ମୁଖା ପିନ୍ଧି ଆସି ଶିବାନୀକୁ ତଣ୍ଟି କରିଥିବା କଥା କହିଥିଲା । ହତ୍ୟା କରିବା ପରେ ବେଶ୍ ସ୍ୱାଭାବିକ ଥିଲା କାବେରୀ । ତା କଥାକୁ ସମସ୍ତେ ବିଶ୍ୱାସ କରିଥିଲେ ଗୁରୁତର ଶିବାନୀକୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରୁ ବ୍ରହ୍ମପୁର ଏମ୍କେସିଜିକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଶିବାନୀର ମୃତ୍ୟୁ ହୋଇଥିଲା । ପୁଲିସ କାବେରୀକୁ ଏହି ଅପରାଧରେ ଗିରଫ କରି କୋର୍ଟ ଚାଲାଣ କରିଛି । ହତ୍ୟା କରାଯାଇଥିବା ଛୁରିକୁ କାବେରୀର ଫିଙ୍ଗର ପ୍ରିଣ୍ଟ ମ୍ୟାଚ କରିଛି । କାବେରୀ ହତ୍ୟା କରିଥିବା କଥା ପୁଲିସ ଆଗରେ ସ୍ୱୀକାର କରିଛି । ବାଲୁଗାଁ ଥାନାରେ ୧୬୦/୨୦୧୯ରେ ଏକ ମାମଲା ରୁଜୁ କରାଯାଇଛି। କାବେରୀର ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ୍ ପଠାଇ ଦିଆଯାଇଛି

LEAVE A REPLY

Please enter your comment!
Please enter your name here