ବ୍ରହ୍ମପୁର ସିଲକି ରୋଲର ସ୍କେଟିଂ ଏକାଡେମୀର ୭ଜଣ ସ୍କେଟରଙ୍କ ଜାତୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ ଲାଗି ବିଶାଖାପାଟଣା ଗସ୍ତ।

0
669

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ୫୭ତମ ନ୍ୟାସନାଲ ରୋଲର ସ୍କେଟିଂ ଚମ୍ପିଆନସିପ୍ ଚଳିତ ମାସ ୧୫ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ବିଶାଖାପାଟଣା ଠାରେ ରୋଲର ସ୍କେଟିଂ ଫେଡେରସନ ଅଫ୍ ଇଣ୍ଡିଆ ପକ୍ଷରୁ ଅନୁଷ୍ଠିତ ହେବ। ଏହି ଚମ୍ପିଆନସିପରେ ଭାଗ ନେବା ପାଇଁ ଓଡ଼ିଶା ରୋଲର ସ୍କେଟିଂ ଫେଡେରେସନ ପକ୍ଷରୁ ଓଡ଼ିଶାରୁ ବିଭିନ୍ନ ବର୍ଗ ଓ ରୋଲର ହକିରେ ୧୩୮ଜଣ ସ୍କେଟରଙ୍କୁ ଚୟନ କରାଯାଇଛି। ଏହି ଟିମରେ ସାମିଲ ହୋଇଛନ୍ତି ବ୍ରହ୍ମପୁର ସହରର କମାପଲ୍ଲୀସ୍ଥିତ ସିଲକି ରୋଲର ସ୍କେଟିଂ ଏକାଡେମୀର ଉଭୟ ବାଳିକା ଓ ବାଳକ ବିଭାଗର ବିଭିନ୍ନ ବର୍ଗରେ ୭ଜଣ ସ୍କେଟର। ୭ବର୍ଷରୁ ୯ବର୍ଷ ବର୍ଗରେ ଅନ୍ୱେଷା ବିଷୋୟୀ, ଆୟୁଷ ପଣ୍ଡା, ୯ବର୍ଷରୁ ୧୧ବର୍ଷ ବର୍ଗରେ ଆଶୁତୋଷ ପାଢୀ, ପୁନିତ ଗୌଡ଼, ୧୧ବର୍ଷରୁ ୧୪ ବର୍ଷ ବର୍ଗରେ ଶ୍ରଦ୍ଧା ପ୍ରିୟଦର୍ଶନୀ, ଆଶ୍ରୀର୍ବାଦ ପାଢୀ ଓ ୧୪ରୁ ୧୬ ବର୍ଗରେ ଅନୁଭବ ପଣ୍ଡା ଓଡ଼ିଶା ଟିମ୍ ରେ ସାମିଲ ହୋଇଛନ୍ତି। ଏହି ଜାତୀୟସ୍ତରୀୟ ପ୍ରତିଯୋଗୀତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ସ୍କେଟରମାନେ ଅଂଶ ଗ୍ରହଣ କରିବାକୁ ଥିବା ବେଳେ ଜୁନିଅର ସ୍କେଟର ମାନଙ୍କ ୧୫ ତାରିଖରୁ ୧୭ତାରିଖ ଓ ସିନିଅର ସ୍କେଟର ମାନଙ୍କ ୧୮ତାରିଖରୁ ୨୪ ତାରିଖରେ ପ୍ରତିଯୋଗୀତା ଅନୁଷ୍ଠିତ ହେବ। ଏଥିପାଇଁ ସିଲକି ରୋଲର ସ୍କେଟିଂ ଏକାଡେମୀ ପକ୍ଷରୁ ଭାଗ ନେବାକୁ ଥିବା ସମସ୍ତ ସ୍କେଟର ସ୍ଥାନୀୟ କୋଚ୍ ଗୌତମଙ୍କ ଠାରୁ ଉତ୍ତମ ପ୍ରଶିକ୍ଷଣ ପାଇଥିବା ବେଳେ ଯୋରଦାର ଅଭ୍ୟାସ ମଧ୍ୟ କରିଛନ୍ତି। ଆଜି ଏହି ଚମ୍ପିଆନସିପରେ ଅଂଶଗ୍ରହଣ କରିବା ଲାଗି ବ୍ରହ୍ମପୁରର ସ୍କେଟର ମାନେ ବିଶାଖାପାଟଣା ଅଭିମୁଖେ ଆଜି ଯାତ୍ରା କରିଛନ୍ତି। ଏଥିପୂର୍ବରୁ ସମସ୍ତ ପ୍ରତିଯୋଗୀଙ୍କୁ ଏକାଡେମୀ, ଅଭିଭାବକ, ସ୍କେଟରମାନେ ଉତ୍ତମ ପ୍ରଦର୍ଶନ ଓ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଜାତୀୟ ଚମ୍ପିଆନସିପରେ ଭାଗ ନେବା ପାଇଁ ଏହି ସ୍କେଟରମାନେ ପୂର୍ବରୁ ବ୍ରହ୍ମପୁର ଉପକଣ୍ଠ ଗାନ୍ଧୀ କଲେଜ ଅଫ୍ ଇଞ୍ଜିନିୟରିଂ କଲେଜ ପରିସରରେ ଗତ ମାସ ୩ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ଚନୟ ଶିବିରରେ ଉତ୍ତମ ପ୍ରଦର୍ଶନ କରି ମନୋନୀତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here