ରାଜ୍ୟସ୍ତରୀୟ ସ୍କେଟିଂ  ପ୍ରତିଯୋଗିତାରେ ବ୍ରହ୍ମପୁର ସ୍କେଟରଙ୍କ ସଫଳତା

0
314

ବ୍ରହ୍ମପୁର: ସ୍କେଟିଂ ଆସୋସିଏସନ ଅଫ୍ ଓଡ଼ିଶା ପକ୍ଷରୁ ଅକ୍ଟୋବର ମାସ 29 ତାରିଖ ଠାରୁ 31 ତାରିଖ ପର୍ଯ୍ୟନ୍ତ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ମୁସ୍କାନ ଇଣ୍ଟରନ୍ୟାସନାଲ ସ୍କୁଲଠାରେ ଅନୁଷ୍ଠିତ ହୋଇଯାଇଥିବା ଦ୍ୱିତୀୟ ଓଡ଼ିଶା ରାଜ୍ୟ ରୋଲର ସ୍ପୋର୍ଟସ୍ ଚମ୍ପିଆନସିପ୍ ତଥା ଅଷ୍ଟମ ଚୟନ ଶିବିର-2021-22ରେ ବ୍ରହ୍ମପୁର ସ୍କେଟର ମାନେ ସଫଳତା ହାସଲ କରିଛନ୍ତି  । ଏହି ଚମ୍ପିଆନସିପ୍ ରେ ବିଭିନ୍ନ ବର୍ଗର ବାଳିକା ଓ ବାଳକ ବିଭାଗରେ 8ଟି ସ୍ୱର୍ଣ୍ଣ , 7ଟି ରୌପ୍ୟ ଓ 3ଟି କାଂସ୍ୟ ପଦକ ହାସଲ କରିଛନ୍ତି  । ବାଳିକା ବିଭାଗରେ 9-11 ବର୍ଷ ବର୍ଗରେ ସ୍କେଟର ଅନ୍ୱେଷା ବିଷୋୟୀ ତିନୋଟି ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ 11-14 ବର୍ଷ ବର୍ଗରେ ସମୀକ୍ଷା ନାୟକ ତିନୋଟି ରୌପ୍ୟ ପଦକ ହାସଲ କରିଛନ୍ତି  । ସେହିପରି ବାଳକ ବିଭାଗର 7-9 ବର୍ଷ ବର୍ଗରେ ଶୁଭ୍ରଜିତ୍ ସାହୁ  3ଟି ସ୍ୱର୍ଣ୍ଣ ଓ ଆର୍ୟ୍ୟେଶ୍ ମହାପାତ୍ର 1ସ୍ୱର୍ଣ୍ଣ, ସହ ଗୋଟିଏ କାଂସ୍ୟ ପଦକ , 11-14 ବର୍ଷ ବର୍ଗରେ ଆଶୁତୋଷ ପାଢୀ ଗୋଟିଏ ସ୍ୱର୍ଣ୍ଣ, 2ଟି ରୌପ୍ୟ  ଓ ଦେବାଙ୍ଗ ରାଉତ ଗୋଟିଏ କାଂସ୍ୟ ପଦକ  ହାସଲ କରିଛନ୍ତି  । ସେହିପରି 17 ବର୍ଷରୁ ଅଧିକା ବାଳକ ବିଭାଗରେ ଗୌତମ ଗୌଡ଼ ଦୁଇଟି ରୌପ୍ୟ ଓ ଗୋଟିଏ କାଂସ୍ୟ ପଦକ ହାସଲ କରିଛନ୍ତି  । ଡେରବୀ ସ୍କେଟିଂର ବାଳିକା ବିଭାଗରେ ଶ୍ରଦ୍ଧା ପ୍ରିୟଦର୍ଶିନୀ ଭାଗ ନେଇ ଜାତୀୟ କ୍ରୀଡ଼ା ପ୍ରତିଯୋଗୀତା ପାଇଁ ଚୟନ ହୋଇଛନ୍ତି  । ଏହା ସହ ସ୍ପିଡ୍ ରୋଲର ସ୍କେଟିଂ ପ୍ରତିଯୋଗୀତାରେ ଉତ୍ତମ ପ୍ରଦର୍ଶନ କରିଥିବା ସ୍କେଟରମାନେ ଚଳିତ ବର୍ଷ ଡିସେମ୍ୱର ମାସ 10ତାରିଖରୁ 22 ତାରିଖ ପର୍ଯ୍ୟନ୍ତ ରୋଲର ସ୍କେଟିଂ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ନୂଆଁଦିଲ୍ଲୀ ଠାରେ ଆୟୋଜିତ ହେବାକୁ ଥିବା 59ତମ ଜାତୀୟ ରୋଲର ସ୍କେଟିଂ ଚମ୍ପିଆନସିପ୍ 2021-22ରେ ଅଂଶ ଗ୍ରହଣ କରିବାକୁ ସୁଯୋଗ ପାଇଛନ୍ତି  । ବ୍ରହ୍ମପୁର କମାପଲ୍ଲୀ ଆର.ସି ଦାସ ଲେନ୍ ଠାରେ ଥିବା ସିଲକି ରୋଲର ସ୍କେଟିଂ ଏକାଡେମୀର ରୋଲର ସ୍କେଟିଂ କୋଚ୍ ଶ୍ରୀମନ୍ତ ପାଢୀ ଓ ଗୌତମ ଗୌଡ଼ଙ୍କ ଦ୍ୱାରା ସ୍କେଟରମାନେ ପ୍ରଶିକ୍ଷଣ ନେଇଥିଲେ  । ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବ୍ରହ୍ମପୁର ସ୍କେଟର ମାନଙ୍କ ସଫଳତାକୁ ନେଇ ବିଭିନ୍ନ  ମହଲରୁ ଶୁଭେଚ୍ଛା ମିଳିଛି  ।  ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ସଫଳତା ହାସଲ ପରେ ଜାତୀୟ ସ୍ତରୀୟ ପ୍ରତିଯୋଗିତା ପାଇଁ ସ୍କେଟର ମାନେ ଜୋରଦାର ଅଭ୍ୟାସ କରି ଉତ୍ତମ ପ୍ରଦର୍ଶନ କରିବେ ବୋଲି ଆଶା ରଖିଛନ୍ତି  ।

LEAVE A REPLY

Please enter your comment!
Please enter your name here