ଆବାସ ଯୋଜନାରେ ହିତାଧିକାରୀଙ୍କ ବିଭିନ୍ନ ସମସ୍ୟାକୁ ନେଇ କମିଶନରଙ୍କୁ ସ୍ମାରକ ପତ୍ର

0
298

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା)ଆଜି ୪ନଂ ୱାର୍ଡର ପୂର୍ଵତନ କୋରପରେଟର ଅନିଲ କୁମାର ନାୟକଙ୍କ ନେତୃତ୍ବରେ ବହୁ ସଂଖ୍ୟାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ କୋଭିଡ଼ ନିୟମ ପାଳନ ପୂର୍ବକ ସାମାଜିକ ଦୂରତା ରକ୍ଷା କରି ମହାନଗର ନିଗମ କମିଶନରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିଲେ।
ଶ୍ରୀ ନୟକଙ୍କ ଅଭିଯୋଗ ଏହା ଯେ ନିଗମ ପକ୍ଷରୁ ଦିଆଯାଇଥିବା ୱେବ୍ ସାଇଟ୍ ଓ ୱାର୍ଡରେ ଥିବା ୱାର୍ଡ ଅଫିସରଙ୍କ ତାଲିକାର କୌଣସି ତାଳମେଳ ରହୁ ନ ଥିବା ହେତୁ ବହୁ ସଂଖ୍ୟାରେ ନୀରିହ ଗରିବ ଲୋକ ଖର୍ଚାନ୍ତ ହେବା ସହ ଦିନତମାମ ଖରା ତାତିରେ ମହାମାରି କରୋନା ସମୟରେ ୱାର୍ଡ ଅଫିସ ଠୁ ଆରମ୍ଭ କରି ନିଗମ ଅଫିସ ସହ୍ ଈଣ୍ଟରନେଟ କେଫେ କୁ ଦୌଡୁଥିବା ଦେଖିବାକୁ ମିଳୁଛି।ଏହା ସହ ୱାର୍ଡରେ ଥିବା ୱାର୍ଡ ଅଫିସର ତାରିଖ ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲେ।ଏହା ସହିତ ସହରର ବିଭିନ୍ନ ସମସ୍ୟା କୁ ମଧ୍ୟ କମିଶନରଙ୍କ ନିକଟରେ ଉପସ୍ଥାପିତ କରିଥିଲେ।ଗରିକ ଓ ଦିନ ମଜୁରିଆମାନଙ୍କ ମଧ୍ୟରୁ ଯେପରି କୌଣସି ଜଣେ ମଧ୍ୟ ଯୋଗ୍ୟ ହିତାଧିକାରୀଙ୍କ ନାମ ବାଦ ନ ପଡ଼େ ସେଥିପ୍ରତି ଧ୍ୟାନ ଦେବା ପାଇଁ ଅନୁରୋଧ କରିଥିଲେ।ଏଥିରେ ପୁର୍ବତନ କୋରପରେଟର ରାକେଶ ସାହୁ, ଅନିଲ କୁମାର ଚୌଧୁରୀ , ବାଦଲ ବିଶୋୟୀ, ନରସିଂହ ଦେବ ନାୟକ, କୁନି ମହାରଣା, ସୁନ୍ଦଏ ସାହୁ ,ସୁବ୍ରତ ସାହୁ ,କିଶନ ସାହୁ; ମିନତୀ ଜେନା ,ଜୟସେନ ସାହୁ ,ଗାୟତ୍ରୀ ପାତ୍ର ,ଧୋବିଣୀ ପ୍ରଧାନ ,ଭୀକି ପ୍ରଧାନ, ପୁଷ୍ପାଞ୍ଜଳୀ ନାୟକ ପ୍ରମୁଖ ସାମାଜିକ ଦୂରତା ରକ୍ଷା କରିବା ସହ କୋଭିଡ଼ ନିୟମକୁ ପାଳନ କରି ସ୍ମାରକ ପତ୍ର ପ୍ରଦାନ କରିଥିଲେ।