କୋଷାଗୁମୁଡା ଅଞ୍ଚଳରେ ଅବକାରୀ ଚଡାଉ , ୩ ଗିରଫ

0
540

କୋଷାଗୁମୁଡା ( ନ୍ୟୁଜଏକ୍ସଟ୍ରା ) ନବରଙ୍ଗପୁର ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଦଳସାମନ୍ତ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର ଅବକାରୀ ନିରୀକ୍ଷକ ବିପ୍ର ଚରଣ ମଣ୍ଡଳ ଙ୍କ ନେତୃତ୍ୱରେ ଆଜି କୋଷାଗୁମୁଡା ବ୍ଲକ ର ବିଭିନ୍ନ ସ୍ଥାନରେ ଚଡାଉ କରାଯାଇ ବିପୁଳ ପରିମାଣରେ ଦେଶୀ ରନ୍ଧା ମଦ ଓ ପୋଚ ନଷ୍ଟ କରିବା ସହ ଏଥିରେ ସମ୍ପୃକ୍ତ ୩ ଜଣ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ଡୁରୁକାଗୁଡା , ପଖନାଗୁଡା , ନେଇଗାଁ , ଲାଣ୍ଡୁଗୁଡା ଓ ହରଦୁଳି ଗ୍ରାମ ଉପରେ ଅଚାନକ ଚଡାଉ କରାଯାଇ ପ୍ରାୟ ୧୦୦ ଲିଟର ଦେଶୀ ମଦ ଓ ପ୍ରାୟ ୩ ହଜାର ଲିଟର ମହୁଲପୋଚ କୁ ଜବତ କରି ଏଥିରେ ସମ୍ପୃକ୍ତ ଡୁରୁକାଗୁଡା ଗ୍ରାମର ବାସୁଦେବ ଭତରା , ଲାଣ୍ଡୁଗୁଡା ଗ୍ରାମର ଧରମଦାସ ମାଝୀ ଓ ହରଦୁଳି ଗ୍ରାମର ସୁଦର ନାୟକ ଙ୍କଠାରୁ ମଦ ଜବତ କରିବା ସହ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଆଜିର ଏହି ଅବକାରୀ ଚଡାଉରେ ନବରଙ୍ଗପୁର ମୋବାଇଲ ସ୍କ୍ୱାର୍ଡ ଅବକାରୀ ନିରୀକ୍ଷକ ହରିହର ସିଂ, ଅବକାରୀ ଉପନିରୀକ୍ଷକ ହର ପ୍ରସାଦ ରଣା , ଅବକାରୀ ସହଉପନିରୀକ୍ଷକ ରାଜେନ୍ଦ୍ର ପଟନାୟକ , ଜଗବନ୍ଧୁ ଯାନୀ , ଅବକାରୀ କନେଷ୍ଟବଳ ଆକ୍ରମ ଖାନ , ଦେବେନ୍ଦ୍ର ସମରଥ , ରିନା ବଡ଼ନାୟକ ପ୍ରମୁଖ ସାମିଲ ଥିଲେ ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here