ବସ୍ ର ପଛ ଚକ ତଳେ ପଡି ଛାତ୍ରର ମୃତ୍ୟୁ;ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

0
745

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ/ପ୍ରଣୟ ପଣ୍ଡା) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକର ଦାଉଣୀ ଛକ ନିକଟରେ ଘଟିଛି ଏକ ଅତ୍ୟନ୍ତ ଦୁଃଖଦାୟକ ଦୁର୍ଘଟଣା । ଦାଉଣୀ ଛକ ନିକଟରେ ଶନିବାର ଅପରାହ୍ନ ସାଢେ ୩ ଘଣ୍ଟା ସମୟରେ ବସ୍ ଚଢିଯିବାରୁ ଜଣେ ଅଙ୍ଗନୱାଡି ଛାତ୍ରର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ,ମୃତ ଛାତ୍ର ଜଣକ ଗୋପୀନାଥପୁର ଗ୍ରାମର ଜିତେନ୍ଦ୍ର ସାହୁଙ୍କ ପୁତ୍ର ସିଲୁ ସାହୁ,ବୟସ (୫ ବର୍ଷ) ବୋଲି ଜଣାପଡିଛି ।
ଛାତ୍ର ଜଣକ ବସରୁ ଓହ୍ଲାଉଥିବା ବେଳେ ଚକାତଳେ ପଡି ଯାଇଥିଲେ ଓ ଘଟଣାସ୍ଥଳରେ ହିଁ ଛାତ୍ରଟିର ମୃତ୍ୟୁ ଘଟିଥିଲା । ସିଲୁର ଦେହ ଅସୁସ୍ଥ ଥିବା ହେତୁ ବାପା,ମାଆ ତାକୁ ସାଙ୍ଗରେ ନେଇ ବ୍ରହ୍ମପୁର ମେଡିକାଲକୁ ଆସିଥିଲେ ଏବଂ ବ୍ରହ୍ମପୁରରୁ ତୁରୁବୁଡି ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସରେ ଆସି ଗ୍ରାମ ନିକଟରେ ଓହ୍ଲାଇଥିଲେ । ଓହ୍ଲାଇବା ସମୟରେ ପଛ ଚକ ତଳେ ପଡି ଯିବାରୁ ଚକଟି ସିଲୁ ଉପରେ ମାଡି ଯାଇଥିଲା ଏବଂ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ଘଟିବା ପରେ ବସ୍ଟି ଦ୍ରୁତଗତିରେ ସେଠାରୁ ଚାଲିଯାଇଥିଲା । ଏ ଘଟଣା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ମୃତ ଶବକୁ ରାଜରାସ୍ତାରେ ରଖି ରାସ୍ତାଅବରୋଧ କରିଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here