ଦେଶର ସର୍ବ କନିଷ୍ଠ ଆଇ.ପି.ଏସ୍. ଅଧିକାରୀ ୨୩ ବର୍ଷୀୟା ଏସ୍.ଶୁଶ୍ରୀ

0
1024

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଦେଶର ସର୍ବ କନିଷ୍ଠ ଆଇ.ପି.ଏସ୍. ଅଧିକାରୀ ରୂପେ ୨୩ ବର୍ଷୀୟା ଏସ୍ ଶୁଶ୍ରୀ ଏହି ସପ୍ତାହରେ ଓଡିଶା କ୍ୟାଡରରେ ଯୋଗ ଦେଇଛନ୍ତି । ସେ ୨୦୧୭ରେ ୟୁପିଏସି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ଡେରାଡୁନ,ହାଇଦ୍ରାବାଦର ନେସନାଲ ପୋଲିସ ଏକାଡେମୀରେ ଟ୍ରେନିଂ ନେବା ପରେ ଚଳିତବର୍ଷ ୧୧ ନଭେମ୍ବରରେ ଓଡିଶା କ୍ୟାଡରରେ ଯୋଗ ଦେଇଥିଲେ । ସୁଶ୍ରୀ କହିଥିଲେ ୮ମ ଶ୍ରେଣୀରୁ ହିଁ ସେ ଏଥି ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । ସୁଶ୍ରୀ ସେଣ୍ଟ ଜୋନାସ କଲେଜରୁ କମୁନିକେଟିଭ ଇଂଲିଶରେ ସ୍ନାତକ ଶିକ୍ଷା ଶେଷ କରିଛନ୍ତି । ସୁଶ୍ରୀ ପାଠ ପଢିବା ପାଇଁ ସରକାରୀ ପାଠାଗାର ଗୁଡିକର ଆଶ୍ରୟ ନେଇଥିଲେ । ତାଙ୍କ ପ୍ରସ୍ତୁତିରେ ସମ୍ପୂର୍ଣ୍ଣ ରୂପେ ସହଯୋଗ କରିଥିଲେ ତାଙ୍କ ପିତା ଅବସର ପ୍ରାପ୍ତ ସିଆରପିଏଫ୍ କର୍ମଚାରୀ ପି.ଟି ସୁଶୀଲ କୁମାର । ତାଙ୍କ ପିତା ହିଁ ସୁଶ୍ରୀଙ୍କ ପାଠ ପଢା ପ୍ରତି ମୁହୂର୍ତ୍ତରେ ଧ୍ୟାନ ରଖୁଥିଲେ । ବିନା କୋଚିଙ୍ଗରେ ନିଜ ପ୍ରଥମ ଚେଷ୍ଟାରେ ହିଁ ସୁଶ୍ରୀ ସର୍ବ ଭାରତୀୟ ସ୍ତରରେ ୟୁପିଏସି ପରୀକ୍ଷାରେ ୧୫୧ସ୍ଥାନ ହାସଲ କରିଥିଲେ । ଏହି ସଫଳତାର ଶ୍ରେୟ ସୁଶ୍ରୀ ନିଜ ପିତାଙ୍କୁ ଦେଇଛନ୍ତି । ଝିଅର ସ୍ୱପ୍ନ ପୂରଣ କରିବା ପାଇଁ ତାଙ୍କ ପିତା ସିଆରପିଏଫରୁ ଇଚ୍ଛାଧୀନ ଅବସର ନେଇଥିଲେ । ଝିଅର ଏହି ସଫଳତା ନେଇ ସେ ଖୁବ ଗର୍ବିତ ବୋଲି କହଛନ୍ତି । ଭୁବନେଶ୍ୱର ଯୋଗ ଦେବା ପରେ ଏବେ ସେ ୮ ମାସ ଟ୍ରେନିଂରେ ରହିବେ ଏବଂ ଟ୍ରେନିଂ ପରେ ଏଏସପି ରୂପେ ନିଯୁକ୍ତି ପାଇବେ ।

LEAVE A REPLY

Please enter your comment!
Please enter your name here