ନିଆରା ଢଙ୍ଗରେ ଦୀପାବଳୀ ପାଳିଲେ ଗଜପତି ଏସ ପି ଶାରା ଶର୍ମା। ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ ଆଦିବାସୀଙ୍କ ସହ ନାଚିଲେ ଆଉ ପିଲାଙ୍କ ସହ ବାଣ ଫୁଟାଇଲେ।

0
916

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) :ଆଲୋକର ପର୍ବ ଦୀପାବଳୀକୁ କିଏ କେଉଁ ଢଙ୍ଗରେ ପାଳନ କରିଛନ୍ତି। ହେଲେ ଗଜପତି ଏସ ପି ଶାରା ଶର୍ମା ଏଥିରେ ସାମାନ୍ୟ ବ୍ୟତିକ୍ରମ କରି ନିଆରା ଢଙ୍ଗରେ ପାଳନ କରିଥିଲେ ଦୀପାବଳୀ। ନିକଟରେ ଲଗାଣ ବର୍ଷାରେ ପାହାଡ଼ ଧସିଯିବା ଫଳରେ ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁଲଙ୍ଗା ଗ୍ରାମର ୨୧ଟି ଆଦିବାସୀ ପରିବାରର ଘର ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶି ଯାଇଥିଲା। ଆଉ କିଛି ଲୋକଙ୍କ ଘର ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବାବେଳେ ଶତାଧିକ ଗୋରୁ ଓ ଛେଳି ମୃତ୍ୟୁବରଣ କରିଥିଲେ। ଫଳରେ ସର୍ବସ୍ୱ ହରାଇ ଭାଙ୍ଗି ପଡ଼ିଥିଲେ କୁଲାଙ୍ଗ ଗ୍ରାମବାସୀ। ଘଟଣା ପରେ ରାଜ୍ୟ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସାରକା ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ଏବଂ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ସମେତ ଗଜପତି ଏସ ପି ସାରା ଶର୍ମା କ୍ଷତିଗ୍ରସ୍ତ ଗାଁକୁ ଗସ୍ତ କରି ପ୍ରଭାବିତଙ୍କ ସହ ଆଲୋଚନା କରି କିଛି ସହାୟତା ଯୋଗାଇ ଆସିଥିଲେ। ତେବେ ପବିତ୍ର ଦୀପାବଳୀ ଅବସରରେ ଏହି ପ୍ରଭାବିତ ପରିବାରର ସଦସ୍ୟଙ୍କ ମୁହଁରେ ହସ ଫୁଟାଇବାକୁ ଯାଇ ଗଜପତି ଏସ ପି ସାରା ଶର୍ମା ପୁଣି ସେଠାକୁ ଯାଇ ଗ୍ରାମବାସୀଙ୍କ ସହ ନାଚିବା ସହ ସେମାନଙ୍କ ସୁଖଦୁଃଖରେ ସାମିଲ ହୋଇଥିଲେ। ପରେ ଉକ୍ତ ଆଦିବାସୀ ପରିବାରର ପିଲାଙ୍କ ସହ ବାଣ ଫୁଟାଇ ମିଷ୍ଟାର୍ଣ୍ଣ ଖୁଆଇ ଦୀପବଳୀକୁ ପାଳନ କରିଥିଲେ। ଏହାକୁ ନେଇ ନିଜେ ଏସ ପି ସାରା ଶର୍ମା ଖୁସି ଅନୁଭବ କରିଥିବା ବେଳେ ଗ୍ରାମବାସୀଙ୍କ ମଧ୍ୟରେ ବେଶ ଆନନ୍ଦ ପରିଲକ୍ଷିତ ହୋଇଥିଲା। ଠିକ ସେହିଭଳି ଦକ୍ଷିଣାଞ୍ଚଳ ପୋଲିସ ଡି ଆଇ ଜି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସ ପି ବ୍ରିଜେଶ ରାୟ ଓ ବ୍ରହ୍ମପୁର ଏସ ପି ଦିବ୍ୟାଙ୍ଗ ପିଲାମାନଙ୍କ ସହ ବାଣ ଫୁଟାଇ ମିଠା ଖୁଆଇ ପୃଥକ ପୃଥକ ଭାବେ ବ୍ରହ୍ମପୁର ଓ ଛତ୍ରପୁରରେ ଦୀପାବଳୀ ପାଳନ କରିଥିଲେ।

LEAVE A REPLY

Please enter your comment!
Please enter your name here