ନାବାଳିକାଙ୍କୁ ଅସଦାଚରଣ, ଯୁବକ ଗିରଫ

0
251

ବ୍ରହ୍ମପୁର: ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗରେ ଟାଉନ ଥାନା ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି । ଉକ୍ତ ଯୁବକ ଜଣକ ହେଲେ ଗାନ୍ଧୀନଗର ୬ଷ୍ଠ ଗଳିର ଏନ୍.ନରେଶ । ସୂଚନାପ୍ରକାରେ, ଅଭିଯୁକ୍ତ ନରେଶ ପିଡ଼ିତା ନାବାଳିକାଙ୍କୁ ବିଭିନ୍ନ ସମୟରେ ହଇରାଣ ହରକତ କରୁଥିଲା । ଘଟଣା ସାମ୍ନାକୁ ଆସିବା ପରେ ନାବାଳିକାଙ୍କ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଥାନାରେ ଏକ ମାମଲା ରୁଜୁ କରିବା ସହ ପୋକସୋ ଆଇନ ଅନୁସାରେ ନରେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here