ରେଳ ଧାରଣା ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର

0
725

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ବ୍ରହ୍ମପୁର ଖୋଡାସିଙ୍ଗି ଏଲଆଇସି କାର୍ଯ୍ୟାଳୟ ପଛପାଖ ରେଳ ଧାରଣାରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ମୃତ ଯୁବକ ପୁରୁଷୋତ୍ତମପୁର ରାଜପୁର ଗାଁର ଦୀପକ କୁମାର କୋଠିଆ ବୋଲି ଜଣା ପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ସ୍ଥାନୀୟଲୋକ ରେଳ ଧାରଣାରେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ । ରାଜପୁର ଗାଁର ମୃତ ଯୁବକ ଦୀପକ,ତାଙ୍କ ଅଜା ଘର ବଡଗୁମୁଳାରେ ରହି ପାଠ ପଢୁଥିଲେ । ତେବେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଡ ମେଡିକାଲକୁ ପଠାଇଛି । ତେବେ ତାଙ୍କୁ କେହି ହତ୍ୟା କରିଛି ନାଁ ସେ ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ । ତାଙ୍କୁ କେହି ହତ୍ୟା କରି ରେଳ ଧାରଣାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ଏହି ଘଟଣାର ତଦନ୍ତ ପୋଲିସ ପକ୍ଷରୁ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here