ଲୋକଙ୍କ ସମସ୍ଯା ଶୁଣିଲେ; ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ ଭୃଗୁ ବକ୍ସିପାତ୍ର

0
366

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ଭାଜପାର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ତଥା ନବନିର୍ବାଚିତ ରାଜ୍ଯ ଉପସଭାପତି ଭୃଗୁ ବକ୍ସିପାତ୍ର ଗତ ୨ଦିନ ହେଲା ବ୍ରହ୍ମପୁର ଗସ୍ତରେ ଅଛନ୍ତି। ସକାଳ ୭ରୁ ଦିନ ୧୨ ଯାଏଁ ବ୍ରହ୍ମପୁର ନୀଳାଞ୍ଚଳ ନଗର କାର୍ଯ୍ଯାଳୟରେ କର୍ମୀ,କାର୍ଯ୍ଯକର୍ତ୍ତା, ବିଭିନ୍ନ ସଂଗଠନ ଓ ସାଧାରଣ ଜନତାଙ୍କ ସମସ୍ଯା ଶୁଣିବା ସହ ଦିନ ୧୨ ପରେ ସ୍ୱତନ୍ତ୍ର ଭାବରେ ବିଭିନ୍ନ ବୁଦ୍ଧିଜୀବି ମାନଙ୍କ ସହ ସାକ୍ଷାତ କରି ଜିଲ୍ଲାରେ କିଭଳି ଆତ୍ମନିର୍ଭର ଯୋଜନାକୁ ସଫଳ ଭାବରେ କାର୍ଯ୍ଯକାରୀ କରିବା ସହ ପ୍ରବାସ ଶ୍ରମର କିଭଳି ହ୍ରାସ ଘଟିବ ସେ ଦିଗରେ ପରାମର୍ଶ ସଂଗ୍ରହ କରୁଛନ୍ତି। ଫୋରମ ଫର ଗଞ୍ଜାମର ସଦସ୍ଯ ମାନଙ୍କ ସହ ଆଞ୍ଚଳିକ ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ଦୀର୍ଘ ୮ବର୍ଷ ହେଲା ଭବିଷ୍ଯନିଧି କାର୍ଯ୍ଯାଳୟ ଦ୍ୱାରା ପ୍ରତାରିତ ହୋଇଆସୁଥୁବା ଜନସ୍ୱାସ୍ଥ୍ଯ ବିଭାଗର ବ୍ରହ୍ମପୁର ଡିଭିଜନର କର୍ମଚାରୀ ମାନଙ୍କ ସମସ୍ଯାର ତୁରନ୍ତ ସମାଧାନ ପାଇଁ ଆଞ୍ଚଳିକ ଭବିଷ୍ଯନିଧି ନିର୍ଦ୍ଦେଶକଙ୍କ ସହ ତୁରନ୍ତ ସମସ୍ଯାର ସମାଧାନ ପାଇଁ ଆଲୋଚନା କରିଥିଲେ। ନୂଆଁ ଗାଁ ଥାନା ଅଧିକାରୀଙ୍କ ଏକପାଖିଆ କାର୍ଯ୍ଯ ସହ ମନମୂଖୀ କାର୍ଯ୍ଯ ଯୋଗୁଁ ଅଞ୍ଚଳରେ ଉପୁଜୁଥିବା ଆଇନଗତ ବିଶୃଙ୍ଖଳା ସମ୍ପର୍କରେ ବ୍ରହ୍ମପୁର ଆରକ୍ଷୀ ଅଧ୍ଯକ୍ଷକଙ୍କ ସହ ସାକ୍ଷାତ କରି ଅବଗତ କରାଇଥିଲେ। ନୀଳାଞ୍ଚଳ ନଗର କାର୍ଯ୍ଯାଳୟ ଠାରେ ଚିକିଟି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ଯାନସାମନ୍ତରା, ଛତ୍ରପୁର ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ କର, ଜିଲ୍ଲା ସଂପାଦକ ରବି ସାହୁ, ମହିଳା ନେତ୍ରୀ ସୁବାଷିନି ପଟ୍ଟନାୟକ, ଶୁଶୀଳା ଅପା, ଗୋଷାଣୀ ନୂଆଁଗାଁ ପୂର୍ବତନ କର୍ପୋରେଟର ନମିତା ପଣ୍ଡା, ଉପସଭାପତି ଶରତ ସାହୁ, ଡାକ୍ତର ଅମୂଲ୍ଯ ଚୌଧୁରୀ, ଯୁବ ମୋର୍ଚ୍ଚା ରାଜ୍ଯ ସଂପାଦକ ଏନ୍. ରାଜେନ୍ଦ୍ର, କୁକୁଡାଖଣ୍ଡି ଅଞ୍ଚଳର ସମାଜସେବୀ ମହନ୍ତ ଚିନ୍ମୟାନନ୍ଦ ଦାସ ପ୍ରମୂଖ ଉପସ୍ଥିତ ରହି ଉପଢୌକନ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ।

LEAVE A REPLY

Please enter your comment!
Please enter your name here