ବ୍ରହ୍ମପୁର ରେଶମ ସହରରେ ଆନ୍ଧ୍ର ରାଜ୍ୟପାଳ

0
645

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ସ୍ଥାନୀୟ ଟାଉନ ହଲ ସଭାକକ୍ଷ ପରିସରରେ ଓଡ଼ିଆ ମାଟିର ପୁଅ ତଥା ଆନ୍ଧ୍ରପ୍ରଦେଶର ମହାମହିମ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ପକ୍ଷରୁ ଭବ୍ୟ ସମ୍ଭର୍ଦ୍ଧନ ପ୍ରଦାନ କରାଯାଇଥିଲା l ସମ୍ମିଳନୀରେ ମହା ସଚିବ ଦଣ୍ଡପାଣି ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଅଭ୍ୟର୍ଥନା କମିଟି ଅଧକ୍ଷ ବିଭୁତିଭୂଷଣ ଜେନା ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ରବରବୋର୍ଡ ଅଧକ୍ଷ ଭୃଗୁବକ୍ସି ପାତ୍ର ଯୋଗ ଦେଇଥିଲେ l ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ରମେଶଚନ୍ଦ୍ରଚାଉ ପଟ୍ଟନାୟକ, ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ, ପୂର୍ବତନ ବିଡ଼ିଏ ଅଧକ୍ଷ ସୁବାସ ଚନ୍ଦ୍ର ମହାରଣା, ଡାକ୍ତର ପି. ସି ସାହୁ, ମହାନ ସଙ୍ଗ ସଭାପତି ସୁଶାନ୍ତ ସାବତ, ସାହିତ୍ୟିକ ସଞ୍ଜୟ କୁମାର ଜେନା, ବିଦ୍ୟୁତପ୍ରଭା ସାହୁ, ସମ୍ମିଳନୀର କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ ମିଶ୍ର ସମ୍ମାନିତ ଅତିଥି ଭାବେ ମଞ୍ଚାସିନ ହୋଇ ରାଜ୍ୟପାଳଙ୍କ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ବିଶିଷ୍ଠ ସେବା ପ୍ରଦାନ କରୁଥିବା ବ୍ୟକ୍ତିଙ୍କୁ ବିଶେଷ ସମ୍ମାନିତ କରାଯାଇଥିଲା l ବ୍ରହ୍ମପୁରର ଗର୍ବ ଓ ଗୌରବ ନାଟ୍ୟନିର୍ଦ୍ଧେସକ ରାଜ କିଶୋର ପାଢ଼ୀ, ରେଶମ ସହର ପୁସ୍ତକ ମେଳା ସଭାପତି ସାହିତ୍ୟିକ ଗୋପାଳ କୃଷ୍ଣ ଡାକୁଆ ଓ ଫୋରମ ଫର ଗଞ୍ଜାମର ସଭାପତି ସୁଧୀର ରାଉତଙ୍କୁ ରାଜ୍ୟପାଳ ସମ୍ମାନିତ କରିଥିଲେ l ଏଥିରେ ସଙ୍ଗତି ସଙ୍ଗଟନ, ଚାମ୍ବର ଅଫ କମର୍ସ, କଳିଙ୍ଗ ସାହିତ୍ୟ ସମାଜ, ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସଙ୍ଘ, ବ୍ରହ୍ମପୁର ପ୍ରେସ କ୍ଲବ, ଉତ୍କଳ ସାହିତ୍ୟ ସମ୍ମିଳନୀ, କବି ଗୋପାଳ କୃଷ୍ଣ ସାଂସ୍କୃତିକ ପରିଷଦ, ସ୍ପେକ୍ଟରମ ଫ୍ଲାଟଓନରଆଶ୍ସୋସିଏସନ, ନୁପୁର ଅନୁଷ୍ଠାନ ଓ ବହୁ ସଦସ୍ୟ ରାଜ୍ୟପାଳଙ୍କୁ ପୁଷ୍ପଗୁନ୍ଥ ଦେଇ ଶୁଭେଚ୍ଛା
ଜଣାଇଥିଲେl

LEAVE A REPLY

Please enter your comment!
Please enter your name here