ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

0
620

ବ୍ରହ୍ମପୁର((ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ସୁସ୍ଥ ସମାଜ ଗଠନରେ ସମସ୍ତଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ତେବେ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଯାଇ ଆଜି ଜିଲ୍ଲାବ୍ୟାପୀ ବିଭିନ୍ନ ବିଦ୍ୟାଳୟ ଓ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। କନ୍ୟା ରତ୍ନ, ମୋ ଗେଲ୍ହା ଝିଅ, ନିର୍ଭୟ କଢି ଦିବସ, ମୋ ହସ୍ପିଟାଲ ମୋ ଗର୍ବ, ମୁଁ ସଚେତନ ସହିତ ନବଜାତ ଶିଶୁ ଯତ୍ନ ସପ୍ତାହ ଆଦି ସବୁକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇଛି। ବ୍ରହ୍ମପୁର ସିଟି ହସ୍ପିଟାଲରେ ଆୟୋଜିତ କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ଶିଶୁ ମଙ୍ଗଳ, ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ ଛାତ୍ରଛାତ୍ରୀ ମାନେ ସାମିଲ ହୋଇଥିଲେ। ଗଞ୍ଜାମ ଜିଲ୍ଲାରେ ବାଲ୍ୟ ବିବାହ ରୋକିବା, ଅନ୍ଧବିଶ୍ୱାସକୁ ହଟାଇବା, ଝିଅଙ୍କ ଜନ୍ମହାର ବୃଦ୍ଧି କରିବା ଆଦିକୁ ନେଇ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ସମସ୍ତ ବିଦ୍ୟାଳୟରେ ଆଜି ଏନେଇ ଛାତ୍ରଛାତ୍ରୀ ମାନେ ଶପଥ ଗ୍ରହଣ କରିଥିଲେ। ଏହାଦ୍ୱାରା ନିଶ୍ଚିତ ଭାବରେ ଜିଲ୍ଲାରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବ ଓ ଏହାର ସୁଫଳ ମିଳିବ ବୋଲି ଆଶା ରଖିଛନ୍ତି ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

LEAVE A REPLY

Please enter your comment!
Please enter your name here