ରାସ୍ତା ପାଇଁ ଜନ ଶୁଣାଣି

0
644

ନବରଙ୍ଗପୁର: ମୈଦଲପୁର ରାସ୍ତାର ଉନ୍ନତି ଏବଂ ପ୍ରଶସ୍ତିକରଣ ପାଇଁ ଜମି ଅଧିଗ୍ରହଣ ଉଦ୍ଦେଶ୍ୟରେ ଗୁରୁବାର ତିନୋଟି ସ୍ଥାନରେ ପ୍ରଶାସନର ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏଥିପାଇଁ ଜମିହରାଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି । ଏହାର ସାମାଜିକ ପ୍ରଭାବ ମଧ୍ୟ ଆକଳନ କରାଯାଇଛି । ପାପଡାହାଣ୍ଡି ବ୍ଳକ ମୈଦଲପୁର ପଞ୍ଚାୟତ କାର୍ଯ୍ୟାଳୟ , ଚରାମୂଳା ଓ ନୂଆକୋଟରେ ଭିନ୍ନଭିନ୍ନ ସମୟରେ କାର୍ଯ୍ୟକ୍ରମ ହୋଇଥିଲା । ମୈଦଲପୁର ପଞ୍ଚାୟତ କାର୍ଯ୍ୟାଳୟରେ ସକାଳ ସାଢେ ୧୦ଟାରେ ଚରାମୂଳାଟାରେ ମଧ୍ୟାହ୍ନରେ ଓ ନୂଆକୋଟରେ ଅପରାହ୍ନ ଗୋଟାଏରେ ଶୁଣାଣି ହୋଇଥିଲା । ଜିଲ୍ଲା ପ୍ରଶାସନ ଓ ନବକୃଷ୍ଣ ଚୌଧୁରୀ ଉନ୍ନୟନ ଗବେଷଣା କେନ୍ଦ୍ର ପକ୍ଷରୁ ଏହାର ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମଗୁଡିକରେ ମୈଦଲପୁର , ଚରାମୂଳା ଓ ନୂଆକୋଟ ଗାଁର ବିଭିନ୍ନ କିସମ ଜମିର ମାଲିକମାନେ ଉପସ୍ଥିତ ଥିଲେ । ଘରବାରି , ଚାଷ ଓ ଡଙ୍ଗରକିସମ ଜମିର ମାଲିକମାନେ ସେମାନଙ୍କ ଅଭିଯୋଗ ଜଣାଇଥିଲେ । ମୋଟ ୧୦୬ଜଣ ପଟ୍ଟାଧାରୀଙ୍କ ୧୦ଏକର ୬୮ସେଣ୍ଟ ଜମି ଅଧିଗ୍ରହଣ ପାଇଁ ଶୁଣାଣି ହୋଇଥିଲା । ପ୍ରତି ଜମିହରାଙ୍କୁ କ୍ଷତିପୂରଣ ମିଳିବ ବୋଲି ପ୍ରଶାସନିକ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ । ତିନୋଟିଯାକ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଭାସ୍କର ରଇତ , ଅତିରିକ୍ତ। । ତହସିଲଦାର ମଧୁସୂଦନ ମାଝି , ମୈଦଲପୁର ରାଜସ୍ୱ ନିରୀକ୍ଷକ ଗିରିଜା ସାହୁ , ସରପଞ୍ଚ ଚନ୍ଦ୍ରଧ୍ଵଜ ମାଝି , ଜମି ଅଧିଗ୍ରହଣ ଅଧିକାରୀ ମୌସୁମୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ଏହି ରାସ୍ତାର ଟେଣ୍ଡର ହୋଇ କାମ ଚାଲୁ ରହିଥିଲା । ଜମିହରା କ୍ଷତିପୂରଣ ପାଇଁ ପ୍ରଶାସନ ପାଖରେ ଲିଖିତ ଅଭିଯୋଗ କରିଥିଲେ
ରିପୋର୍ଟ -ଗଗନ ଗନ୍ତାୟତ

LEAVE A REPLY

Please enter your comment!
Please enter your name here