ଗାନ୍ଧି ଜୟନ୍ତୀରୁ ଆରମ୍ଭ ହେବ ‘ମୋ ସରକାର’କାର୍ଯ୍ୟକ୍ରମ ; ସିଧାସଳଖ ଲୋକଙ୍କୁ ଫୋନ୍ କରି ସମସ୍ୟା ବୁଝିବେ ମୁଖ୍ୟମନ୍ତ୍ରୀ

0
621

ଭୁବନେଶ୍ୱର ,୧୫/୦୮(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଚଳିତବର୍ଷ ପ୍ରଥମ ଥର ପାଇଁ ମହାତ୍ମା ଗାନ୍ଧି ମାର୍ଗ ପରିବର୍ତ୍ତେ ପ୍ରଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବର ଆୟୋଜନ କରାଯାଇଛି। ଏଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିବାଦନ ଗ୍ରହଣ କରିବା ସହ ପତାକା ଉତ୍ତୋଳନ କରିଛନ୍ତି। ଏହି ଅବସରରେ ରାଜ୍ୟବାସୀଙ୍କୁ ଉଦ୍ବୋଧନ ଦେଇ ନବୀନ କହିଛନ୍ତି, ଲୋକଙ୍କ ସେବା ପାଇଁ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରାଯିବ।
ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟର ସମସ୍ତ ଥାନା ଓ ହସ୍ପିଟାଲଗୁଡିକରେ 5-T (୫ଟି) କାର୍ଯ୍ୟକାରୀ ହେବ। ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗ ଏହାକୁ କାର୍ଯ୍ୟକାରୀ କରିବେ ଗାନ୍ଧୀ ଜୟନ୍ତୀରୁ ଲୋକଙ୍କ ସହ ସିଧାସଳଖ କଥା ହେବେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ବଡ଼ ଅଫିସର । ସରକାରୀ ସେବା ଲୋକମାନେ କିଭଳି ପାଉଛନ୍ତି ସେନେଇ ସିଧାସଳଖ ପଚାରି ବୁଝିବେ ମୁଖ୍ୟମନ୍ତ୍ରୀ । ଆଉ ଏହାର ସମାଧାନ ଲାଗି ନେବା ତ୍ୱରିତ ପଦକ୍ଷେପ। ସେହିଭଳି ଯେଉଁ ଲୋକଙ୍କ ଘରେ ବିଜୁଳି ସଂଯୋଗ ନାହିଁ ସେମାନେ ପଞ୍ଚାୟତକୁ ଏ ସଂପର୍କରେ ଜଣାଇଲେ ୪୮ ଘଣ୍ଟା ମଧ୍ୟରେ ବିଜୁଳି ସଂଯୋଗ ହେବ ।…

LEAVE A REPLY

Please enter your comment!
Please enter your name here