ଆସିକା ସବଜେଲରେ ଵିଚାରଧୀନ କଏଦୀଙ୍କର ମୃତ୍ୟୁ

0
655

ଆସିକା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଆସିକା ସବଜେଲରେ ଵିଚାରଧୀନ କଏଦୀ ଡାକ ସାହୁଙ୍କ ମୃତ୍ୟୁ ହୋଇଛି । ପାଖାପାଖି ଏକ ମାସ ପୂର୍ବରୁ ସେରଗଡ଼ ଥାନା ଅନ୍ତର୍ଗତ ବାଦଗଡ଼ ଗାଁରେ ବାବୁ ପ୍ରଧାନ ହତ୍ୟା ଘଟଣାରେ ସେହି ଗ୍ରାମର ହଜାରୀ ପ୍ରଧାନଙ୍କ ଚାରି ପୁଅ ସମ୍ପୃକ୍ତ ଥିଲେ । ସେମାନେ ହେଲେ କୁନା ସାହୁ, ଗଙ୍ଗା ସାହୁ,ରୋହିତା ସାହୁ ଏବଂ ଡାକ ସାହୁ । ସେଥିମଧ୍ୟରୁ ବିଚାରଧୀନ କଏଦୀ ଡାକ ସାହୁଙ୍କ ଆସିକା ସବ ଜେଲରେ ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ଡାକ ସାହୁଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଏ ନେଇ ପୋଲିସ ତଦନ୍ତ କରୁଛି।

LEAVE A REPLY

Please enter your comment!
Please enter your name here