ବନ୍ୟ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ତାର ରେ ଲାଗି ବୃଦ୍ଧ ଗୁରୁତର

0
479

ଭଞ୍ଜନଗର : ଦକ୍ଷିଣ ଘୁମୁସର ବନଖଣ୍ଡ ବୁଗୁଡା ରେଞ୍ଜ ଛାମୁଣ୍ଡା ବିଟ ଅଧୀନ କାଦପଡା ଗ୍ରାମରେ ବନ୍ୟ ଜନ୍ତୁ ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ରେ ଲାଗି ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଆହତ ଜଣକ ହେଲେ ସୁରେନ୍ଦ୍ର ସେଠୀ। ଗତକାଲି ବିଳମ୍ବିତ ରାତିରେ ଗ୍ରାମର ଦୁଇ ବ୍ୟକ୍ତି ଙ୍କ ସହ ଜମି କୁ ପାଣି ମଡ଼ାଇବା ପାଇଁ ଯାଇଥିବା ବେଳେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସୁରେନ୍ଦ୍ର ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଭଂଜନଗର ମେଡ଼ିକାଲ ରେ ଭର୍ତ୍ତି କରାଯାଇଛି। ଗ୍ରାମର ଦୁଇ ଜୈନିକ ବ୍ୟକ୍ତି ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇ ଥିବା ସୁରେନ୍ଦ୍ର ଅଭିଯୋଗ ଆଣିଛନ୍ତି। ବନ ବିଭାଗ ଓ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି

ରିପୋର୍ଟ : ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here