ଛାଡ଼ଖାଇ ଲାଗି ଆମିଷ ବଜାରରେ ଭିଡ଼।

0
760

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ଧର୍ମର ମାସ କାର୍ତ୍ତିକ ମଙ୍ଗଳବାର ଦିନ ଶେଷ ହୋଇଛି। ଆଉ ଆଜି ଛାଡ଼ଖାଇ। ଏଥର ଛାଡ଼ଖାଇ ବୁଧବାର ପଡିଥିବାରୁ ଲୋକଙ୍କୁ ବେଶ ସୁହାଇଛି। ଦୀର୍ଘ ଏକ ମାସ ଧରି ଆମିଷ ଖାଇ ନ ଥିବା ଲୋକେ ଆମିଷ ଆଣିବା ପାଇଁ ସକାଳୁ ଭିଡ଼ ଜମାଇଦେଲେଣି ବଜାରରେ। କାଳେ ସରିଯିବ ସେଇ ଚିନ୍ତାରେ ଭୋର ସମୟରୁ ଆମିଷ ବଜାରରେ ଦେଖିବାକୁ ମିଳିଛି ପ୍ରବଳ ଭିଡ଼। ଏଣୁ ହାକୁ ଆଜି ଆମିଷ ବଜାର ବି ବେଶ ଚଳଚଞ୍ଚଳ ହୋଇଛି।
ବ୍ରହ୍ମପୁରର କମାପଲ୍ଲୀ, ଗେଟ ବଜାର, ବିଜିପୁର, ପୁରୁଣା ବ୍ରହ୍ମପୁର ଆଦି ବିଭିନ୍ନ ମାଛ ମାର୍କେଟରେ ଲୋକେ ମାଛ କିଣିବାକୁ ପହଞ୍ଚିଛନ୍ତି। ଅନ୍ୟ ଦିନ ଅପେକ୍ଷା ଆଜି ଆମିଷ ଚାହିଦା ଅଧିକ ଥିବାରୁ ଦର କିଛିଟା ଅଧିକ ରହିଛି। ବ୍ୟବସାୟୀମାନେ ବି ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖି ଅଧିକ ପରିମାଣର ମାଛ, ମାଂସ, ଅଣ୍ଡା ଓ ଚିଙ୍ଗୁଡ଼ି ଆଦି ଆମଦାନୀ କରିଛନ୍ତି। ସେହିପରି ଆଜି ବିଭିନ୍ନ ହୋଟେଲ୍, ରେଷ୍ଟୋରାଣ୍ଟରେ ଲୋକଙ୍କ ଭିଡ଼ ବି ଦେଖିବାକୁ ମିଳିବ। ଯାହାକୁ ଆଖି ଆଗରେ ରଖି କିଛି ହୋଟେଲରେ ସ୍ୱତନ୍ତ୍ର ଆୟୋଜନ ମଧ୍ୟ ହୋଇଛି। ତେବେ ଆଜି ଗୋଟିଏ ଦିନରେ ଆମିଷ ବଜାରରେ କାରବାର ନିଶ୍ଚୟ ଅଧିକ ହେବା ସ୍ୱାଭାବିକ ମଧ୍ୟ।

LEAVE A REPLY

Please enter your comment!
Please enter your name here