ଆସିକା ବ୍ଳକ ପରିସରରେ ବିଶ୍ବ ମହିଳା ଦିବସ ପାଳିତ।

0
313

ଆସିକା (ଜଗନ୍ନାଥ ସାହୁ ) ଆସିକା ସି ଡି ପି ଓ ଭାରତୀ ମହାପାତ୍ରଙ୍କ ନେତୃତ୍ବରେ ବ୍ଳକ ପରିସରରେ ଅନୁଷ୍ଠିତ ହୋଇଯାଇଛି ବିଶ୍ବ ମହିଳା ଦିବସ।ସମସ୍ତ ଅଙ୍ଗନୱାଡି ଓ ଆଶାକର୍ମୀ ମାନଙ୍କ ଉପସ୍ଥିତି ଥିଲେ।ଆସିକା ବିଧାୟକ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ସମ୍ମାନିତ ଅତିଥି ରୂପେ ଆସିକା ବ୍ଳକ ଅଧ୍ୟକ୍ଷ ଶ୍ରୀ ହରେକୃଷ୍ଣ ମଲ୍ଲିକ,ବ୍ଳକ ଉପାଧ୍ୟକ୍ଷ,ତହସିଲଦାର ଶ୍ରୀ ସଦାନନ୍ଦ ସେଠୀ,ବିଡିଓ ଶ୍ରୀ ରୋଶନ କୁମାର ଶତପଥି ପ୍ରମୁଖ ଯୋଗଦେଇ ମହିଳା ମାନଙ୍କ ସମାଜରେ ଭୂମିକ ଓ କିଭଳି ମହିଳା ମାନେ ନିଜର ଅଧିକାରକୁ ସାବ୍ୟସ୍ତ କରି ପାରିବେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ ଉପସ୍ଥିତ ଅତିଥି ବୃନ୍ଦ।ଉକ୍ତ କାର୍ଯ୍ୟକ୍ରମରେ ମହିଳା ମାନଙ୍କ ମଧ୍ୟରେ ବହୁ ଉତ୍ସାହ ଓ ଉନ୍ମାଦନା ଦେଖା ଦେଇଥିଲା।

LEAVE A REPLY

Please enter your comment!
Please enter your name here