କାର୍ତିକ ପୁର୍ଣିମା ପାଳନ ସହ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ

0
695

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ପବିତ୍ର କାର୍ତିକ ପୁର୍ଣିମା ଅବସରରେ ଏହି ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କେଉଁ ପୁରାତନ କାଳରୁ ସାଧବ ଓଡ଼ିଶାର ସାଧବ ମାନେ ବଣିଜ ବେପାର ପାଇଁ ନୌକା ସାହାଯ୍ୟରେ ଜଳଯାତ୍ରାରେ ବିଦେଶ ଯାତାୟାତ କରୁଥିଲେ l ଏହାକୁ ଉଦ୍ଜୀବିତ ରଖିବା ତଥା ସାଧବ ମାନଙ୍କ ସମ୍ନାନ ପାଇଁ ଓଡ଼ିଶାରେ କାର୍ତିକ ପୁର୍ଣିମା ପ୍ରାତଃରେ ପାଳନ ହୁଏ ବୋଇତ ଭସା ପର୍ବ l ତେଣୁ ପ୍ରାତଃରୁ ଶ୍ରଦ୍ଧାଳୁ ମାନେ ବୋଇତ ଭସାଇ ମନ୍ଦିରରେ ପ୍ରଭୁଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା ମାଗିଥିଲେ l ଶାଳବଣ ସ୍ଥିତ ସିଦ୍ଧେଶ୍ୱର, ଶାଙ୍କୁଡ଼ା ସ୍ଥିତ ଧବଳେଶ୍ୱର, ତାଳସର ସ୍ଥିତ ବେଲେଶ୍ୱର, ପାଇକପଡା ବଟେଶ୍ୱର, ମୁଣ୍ଡୁଳା ସକାଳେଶ୍ଵର, ବଡ ଖଇରୀଖମା ନୀଳକଣ୍ଠେଶ୍ଵର, ସଂଧମୂଳ ତୁମ୍ବେଶ୍ଵରେ, ବରିଡା ଅମରେଶ୍ବର, ବେଗୁନିଆପଡା ସିଦ୍ଧେଶ୍ୱର, କୋଦଳା ଦଣ୍ଡିଶ୍ଵର ସମେତ ବ୍ଲକର ସମସ୍ତ ଶିବ ମନ୍ଦିରରେ ଭକ୍ତ ମାନେ ଗହଳି ଲଗାଇ ପୂଜାର୍ଚ୍ଚନା କରିଥିଲେ l ଏହି ଅବସରରେ ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ତଳସାରରେ ପ୍ରମୋଦ କୁମାର ଦାସଙ୍କ ନିର୍ଦେଶିତ ‘ବାଟ ହଜିଗଲା ହାଟ ମଝିରେ ‘, ବିରିବଟିଆରେ ଦେବେନ୍ଦ୍ର ଶର୍ମାଙ୍କ ନିର୍ଦେଶିତ ‘ଦ୍ରୌପଦୀ ଲେଖୁଛି ମହାଭାରତ ‘, ମୁଣ୍ଡୁଳାରେ ‘ରଣଯଜ୍ଞ ‘, ପାଇକପଡାରେ ‘ଜାନକୀ ଉଦ୍ଧାର ‘, ଅଙ୍ଗାର ଗାଁରେ ‘ହସୁଛି ଅଯୋଧ୍ୟା କାନ୍ଦୁଛି ଲଙ୍କା ‘ପରିବେଷଣ ହୋଇଥିବା ବେଳେ ବିଭିନ୍ନ ମନ୍ଦିର ମାନଙ୍କରେ ସଂକୀର୍ତନ, ପାଲା, ଦାସକାଠିଆ, ଘୁଡୁକୀ, ନବରଂଗ, ଭାରତଲୀଳା, ପ୍ରବଚନ, ଭଜନସନ୍ଧ୍ୟା ଆଦି ଅନୁଷ୍ଠିତ ହୋଇଥିଲା l ଜନସାଧାରଣ ଏହାକୁ ମନଭରି ଉପଭୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here