ରାସ୍ତାକଡରୁ ନିର୍ଯ୍ୟାତିତା ତଥା ଅସହାୟ ମହିଳାଙ୍କୁ ଉଦ୍ଧାର କଲା ଟିମ କ୍ଲିନ ସିଟି।

0
670

ବ୍ରହ୍ମପୁର,(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ବ୍ରହ୍ମପୁର ଉପକଣ୍ଠ ତଥା ସଦର ଥାନା ଅନ୍ତର୍ଗତ ଲୋଚାପଡା ଗ୍ରାମର ରାସ୍ତା କଡରୁ ଜଣେ ମହିଳାଙ୍କୁ ଉଦ୍ଧାର କରାଯାଇଛି। ମହିଳା ଜଣକ ଅସୁସ୍ଥ ଥିବା ବେଳେ ସେ ପାରିବାରିକ ନିର୍ଯ୍ୟାତନାର ଶିକାର ହୋଇଥିବା ଜଣାପଡିଛି। ମହିଳା ଜଣକ ରାସ୍ତାକଡରେ ଅସହାୟ ଅବସ୍ଥାରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକେ ତାଙ୍କ ସମ୍ପର୍କରେ ସୂଚନା ଦେଇ ତୁରନ୍ତ ସହାୟତା ଯୋଗାଇଦେବାକୁ ଟିମ କ୍ଲିନ ସିଟି ସଦସ୍ୟଙ୍କୁ ଅନୁରୋଧ କରିଥିଲେ। ପରେ ସଦର ଥାନା ଅଧିକାରୀଙ୍କ ସହଯୋଗରେ ଟିମ କ୍ଲିନ ସିଟି ସଦସ୍ୟ ମାନେ ଉକ୍ତ ମହିଳାଙ୍କୁ ସେଠାରୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲ ପରିସରରେ ଥିବା ସଖୀ ୱବାନ ଷ୍ଟପ ସେଣ୍ଟରକୁ ସ୍ଥାନାନ୍ତର କରାଯାଇଥିଲା। ମହିଳାଙ୍କ ନାମ ରାଜେଶ୍ୱରୀ ସାହୁ ଏବଂ ତାଙ୍କ ଘର ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଗୁମଣ୍ଡି ବୋଲି ଜଣାପଡିଛି। ତାଙ୍କ ସ୍ୱାମୀଙ୍କ ନାମ ପ୍ରଭାକର ସାହୁ ଓ ଦୁଇ ପିଲା ଥିବା ସେ କହିଛନ୍ତି।
୨୦୧୫ମସିହାରେ ଦିଲ୍ଲୀରେ ହୋଇଥିବା ପାରା ମେଡିକାଲ ଛାତ୍ରୀ ନିର୍ଭୟା ଗଣ ବଳାତ୍କାର ମାମଲା ପରେ କୋର୍ଟଙ୍କ ନିର୍ଦ୍ଧେଶ କ୍ରମେ ସବୁ ରାଜ୍ୟରେ ସବୁ ଜିଲ୍ଲାରେ ମହିଳା ଓ ଶିଶୁଙ୍କ ସୁରକ୍ଷା ଓ ନ୍ୟାୟ ପ୍ରଦାନ ପାଇଁ ଏଭଳି ସଖୀ କେନ୍ଦ୍ର ଖୋଲାଯାଇଛି। ଏଠାରେ ଉଦ୍ଧାର ହୋଇଥିବା ମହିଳାଙ୍କୁ କାଉନସେଲିଂ କରି ତାଙ୍କ ଠାରୁ ତଥ୍ୟ ସଂଗ୍ରହ କରିବା ପରେ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି କେନ୍ଦ୍ରର କର୍ମକର୍ତ୍ତା।

LEAVE A REPLY

Please enter your comment!
Please enter your name here