ଆରପାରିକୁ ଚାଲିଗଲେ ୪ ଭାଇ; କରୋନା ଭାଙ୍ଗିଦେଲା ସଂସାର

0
538

ବେଗୁନିଆପଡା(ଭଞ୍ଜ କିଶୋର ମହାରଣା) ଜଣେ ଜଣେ କରି ଗୋଟିଏ ପରିବାରର ୪ ଭାଇ ଆରପାରିକୁ ଚାଲିଗଲେ l ପରିବାର ମୁରବି ଶୂନ୍ୟ ହୋଇଗଲା l ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଅଙ୍ଗାର ଗାଁ ଠାରେ l ଅଙ୍ଗାର ଗାଁର ସ୍ବର୍ଗତ ମହନ୍ତ ସାହୁ ଙ୍କ ପାଞ୍ଚ ପୁଅ ମଧ୍ୟରୁ ଦୁଇ ବର୍ଷ ପୂର୍ବେ ପରିବାରର ଦ୍ଵିତୀୟ ପୁଅ ଭିକାରୀ ସାହୁ(55)ଙ୍କର ମୃତ୍ୟୁ ହୋଇଯାଇଥିଲା l ଆଉ 4 ପୁଅଙ୍କ ମଧ୍ୟରୁ ସାନ ପୁଅ କୃଷ୍ଣଚନ୍ଦ୍ର ସାହୁ (42) ଗତ ଜୁଲାଇ ମାସ 14 ତାରିଖରେ କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଯିବା ରାସ୍ତାରେ ମୃତ୍ୟୁବରଣ କରିଥିବା ବେଳେ ଗୋଟିଏ ଦିନ ପରେ ଅର୍ଥାତ 16 ତାରିଖରେ ଆଉ ଚତୁର୍ଥ ଭାଇ ମଙ୍ଗରାଜ ସାହୁ(48) ମେଡିକାଲରେ କରୋନାରେ ପ୍ରାଣ ହରାଇବା ପରେ 18 ତାରିଖରେ ତୃତୀୟ ଭାଇ ବାସୁଦେବ ସାହୁ (50) ବ୍ରହ୍ମପୁର ମେଡ଼ିକାଲରେ ଆଖିବୁଜିଥିବା ବେଳେ ତାଙ୍କ ରିପୋର୍ଟ ଏ ଯାଏଁ ହସ୍ତଗତ ହୋଇନାହିଁ ବୋଲି ରାହାଡ଼l ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଡା. ମନୋଜ କୁମାର ସାହୁ ପ୍ରକାଶ କରିବା ସହ ଏହି ରିପୋର୍ଟ ବ୍ରହ୍ମପୁର ମେଡିକାଲରୁ ମିଳିବ ବୋଲି ପ୍ରକାଶ କରିଛନ୍ତି l ଠିକ ଏମାନଙ୍କ ମୃତ୍ୟୁର ଅଢେଇ ମାସ ପରେ ପରିବାରର ବଡ ଭାଇ ଧବଳେଶ୍ୱର ସାହୁ ଗତକାଲି ବ୍ରହ୍ମପୁର ଏମ କେ ସି ଜି ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ଗତ 27 ତାରିଖ ଦିନ ଧବଳେଶ୍ୱର ସାହୁ(60)ଙ୍କର ଦେହ ଖରାପ ପରେ ତାଙ୍କ ଆଣ୍ଟିଜେନ ପରୀକ୍ଷା ହେବା ପରେ ରିପୋର୍ଟ ନେଗେଟିଭ ଆସିଥିଲା l ଦେହ ଅଧିକ ଖରାପ ହେବା ଯୋଗୁଁ ତାଙ୍କୁ ବ୍ରହ୍ମପୁର ଏମ କେ ସି ଜି ମେଡିକାଲକୁ ନିଆଯିବା ପରେ ଡାକ୍ତର ତାଙ୍କୁ ପରୀକ୍ଷା କରି ସ୍ଥାନୀୟ କୋଭିଡ ୱାର୍ଡକୁ ପଠାଇଥିଲେ l ଆଜି ସକାଳେ ଚିକିତ୍ସାଧୀନ ଅବସ୍ଥାରେ ମୁର୍ତ୍ୟୁ ଘଟିଛି l ମୃତ୍ୟୁ ପରେ ତାଙ୍କ ଶବକୁ ଗ୍ରହଣ କରିବା ପାଈଁ ମେଡିକାଲ ତରଫରୁ ଧବଳେଶ୍ୱରଙ୍କ ପୁଅ ରଙ୍ଗନାଥକୁ ଖବର ଆସିବା ସହ ତାଙ୍କ ରିପୋର୍ଟ ନେଗେଟିଭ ବୋଲି କହିଥିଲେ l କିନ୍ତୁ ଯଦି ରିପୋର୍ଟ ନେଗେଟିଭ ତାଙ୍କୁ କିପରି କୋଭିଡ ୱାର୍ଡରେ ଚିକତ୍ସା କରାଯାଉଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି l ଏପଟେ ଗୋଟିଏ ପରିବାରର ସମସ୍ତ 5 ପୁଅଙ୍କ ମୃତ୍ୟୁ ପରେ ପରିବାର ମୁରବି ବିହୀନ ପାଲଟି ଯାଇଥିବା ସହ ଅଙ୍ଗାର ଗାଁ ସମେତ ସମସ୍ତ ଅଂଚଳ ସ୍ତବ୍ଧ ପାଲଟି ଯାଇଛି l ଶବକୁ ଆଣିବା ପାଈଁ ସମସ୍ତେ ବ୍ରହ୍ମପୁର ମେଡିକାଲ ଯାଇ ଶବ ଆଣି ନିଜ ଗାଁ ରେ ସତ୍କାର କରିଛନ୍ତି l

LEAVE A REPLY

Please enter your comment!
Please enter your name here