ବ୍ରହ୍ମପୁରରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ପ୍ରତାପ ସଢଙ୍ଗୀଙ୍କ ଜନ୍ମ ଦିନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

0
699

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : କେନ୍ଦ୍ର ସରକାରଙ୍କ ମତ୍ସ୍ୟ ଓ ପଶୁପାଳନ ବିଭାଗ ରାଷ୍ଟ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ସଢଙ୍ଗୀଙ୍କ ୬୫ତମ ଜନ୍ମ ଦିନ ବ୍ରହ୍ମପୁରରେ ପାଳିତ ହୋଇଯାଇଛି। ନାନା ନାମରେ ପରିଚିତ ମନ୍ତ୍ରୀ ପ୍ରତାପ ସଢଙ୍ଗୀଙ୍କ ଜନ୍ମଦିବସ ଅବସରରେ ବିଜେପି ପକ୍ଷରୁ ଆମ ନନା ଶୀର୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ନିକଟରେ ସଭାର ଆୟୋଜନ କରାଯାଇଥିଲା । ପରେ ଦଳୀୟ ନେତା ଓ କର୍ମୀ ତଥା ମନ୍ତ୍ରୀ ପ୍ରତାପ ସଢଙ୍ଗୀଙ୍କ ସମର୍ଥକଙ୍କ ଦ୍ୱାରା ସ୍ୱଚ୍ଛ ଭାରତ ଅଭିଯାନକୁ ତ୍ୱରାନ୍ୱିତ କରାଯାଇ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ବିଜେପି ନେତା ଓ କର୍ମୀ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here