ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

0
294

ବ୍ରହ୍ମପୁର: ପୁରୁଣା ବସଷ୍ଟାଣ୍ଡ ଠାରେ ସୋମବାର କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ତମାଖୁ ବର୍ଜନ ଦିବସରେ ସଚେତନତା କରାଯାଇଛି ।. ତମାଖୁ ସେବନରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ସହରର ଜଣେ ଉଚ୍ଚ ଶିକ୍ଷିତ ସମାଜ ସେବୀ ଡ୍. ଦେବାନନ୍ଦ ଦାସ ଙ୍କ ପୌରହିତ୍ୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା. କୋଟପା ଆଇନ ୨୦୦୩ ନିୟମକୁ ଅଧିକ କଡା କଡୀ କରିବା, ଯୁବ ସମାଜ ସହ ପଡି ବିପଥଗାମୀ ନହେବା, ସଙ୍ଗଦୋଷ ରେ ପଡି ତମାଖୁ ଠାରୁ ଦୁରେଇ ରହି ସୁସ୍ଥ ଜୀବନ ଯାପନ ଗଢିବା, ମାନସିକ ଚିନ୍ତା ରେ ପଡି ବା ଉଚ୍ଚ ଶିକ୍ଷା ଲାଭ କଲା ପରେ କର୍ମ ସଂସ୍ଥାନ ନମିଳିବା, ଯୁବା ଅବସ୍ଥାରେ ରୋଜଗାର ନହେବା ଫଳରେ ଟେନସନ ରେ ତମାଖୁ ସେବନ କରିଥାନ୍ତି. ବର୍ତମାନ ସମୟରେ ଏଭଳି ଭୟାବହ ପରିସ୍ଥିତି କୁ ଯୁବ ସମାଜ ହୃଦ ବୋଧ କରିବା ଆବଶ୍ୟକ ରହିଛି, ସମାଜରେ ମାନସିକତା ପରିବର୍ତନ ପାଇଁ ସଚେତନତା ଆବଶ୍ୟକତା ଓ ସରକାର(ସିଗାରେଟ ଏବଂ ଅନ୍ୟ ତମାଖୁ ଉତ୍ପାଦ ଅଧିନିୟମ) cotpa( ଆଇନ ୨୦୦୩କୁ କଡାକଡ଼ି ଲାଗୁ କରିବା ସହ ୨୦୦୭ ମସିହା ରେ ଭାରତ ସରକାରଙ୍କ ରାଷ୍ଟ୍ରୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ମାଧ୍ୟମରେ ଦ୍ୱାରା ହାନିକାରକ ପଦାର୍ଥ ଉପରେ ସଚେତନତା ସୃଷ୍ଟି କରିବା କୁ ଅନେକ ସମାଜ ସେବୀ ମତ ରଖିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ସ୍ବେଛାସେବୀ ହରିହର ପାଢୀ, ଚାଇଲଡ ଲାଇନ ର ସଂଯୋଜକ ସାଇ ପ୍ରସାଦ ସାମଲ ପ୍ରମୁଖ ଉପସ୍ଥିତ ରହିଥିଲେ

LEAVE A REPLY

Please enter your comment!
Please enter your name here