ରାଜ୍ୟସ୍ତରରେ ସମ୍ବର୍ଦ୍ଧିତ ହେଲେ ଡିଏସପି ଶ୍ରୀ ଅଜୟ କୁମାର ମିଶ୍ର।

0
788

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା/ପ୍ରଣୟ ପଣ୍ଡା) : ଶୁକ୍ରବାର ଓଡିଶା ପୋଲିସ ମହାନିର୍ଦେଶକ ଶ୍ରୀ ବିଜୟ କୁମାର ଶର୍ମା ୨୫ଜଣ ସଫଳ ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ କଟକସ୍ଥିତ କ୍ରାଇମ ବ୍ରାଞ୍ଚ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରିଛନ୍ତି।
ଏହି ଅଧିକାରୀମାନଙ୍କର ସମୟୋପଯୋଗୀ ତଦନ୍ତ ଫଳରେ ଅପରାଧୀମାନେ ନ୍ୟାୟାଳୟରେ ଦଣ୍ଡିତ ହୋଇଛନ୍ତି। ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯୋଗ୍ୟ ବିବେଚିତ ୨୫ଜଣ ତଦନ୍ତକାରୀ ଅଧିକାରୀଙ୍କ ମଧ୍ୟରେ ଅନ୍ୟତମ
ବ୍ରହ୍ମପୁର ଡିଆଇବି ଡିଏସପି ଶ୍ରୀ ଅଜୟ କୁମାର ମିଶ୍ର। ସୂଚନା ଅନୁଯାୟୀ ବ୍ରହ୍ମପୁର ବୈଦ୍ୟନାଥପୁର ଥାନାରେ ଶ୍ରୀ ଅଜୟ ମିଶ୍ର ଥାନା ଅଧିକାରି ଥିବା ସମୟରେ ଗତ ମାର୍ଚ୍ଚ ୧୭ ତାରିଖ ୨୦୧୬ମସିହାରେ ଏକ ନାବାଳିକାର ଅପହରଣ ଓ ଗଣ ଦୁଷ୍କର୍ମ ଅଭିଯୋଗରେ ରୁଜୁ ହୋଇଥିବା କେଶ ନଂ୩୩/୨୦୧୬ର
ଶୁଣାଣି ସମ୍ମାନନୀୟ ସ୍ୱତନ୍ତ୍ର ଜଜ ତଥା ଦ୍ଵିତୀୟ ଜିଲ୍ଲା ଅତିରିକ୍ତ ଜଜଙ୍କ କୋର୍ଟରେ
ହୋଇଥିଲା ଓ ସମ୍ପୃକ୍ତ ଚାରି ଜଣ ଅଭିଯୁକ୍ତଙ୍କୁ ଆଇପିସି ଧାରା ୩୬୩/୩୭୬ଡ଼ି/୧୦ ପୋସ୍କୋ ଆଇନ ଅନୁଯାୟୀ ୨୫ବର୍ଷ କାରାଦଣ୍ଡ ଦିଆଯାଇଥିଲା। ଏହି ଉଲ୍ଲେଖନୀୟ ସଫଳତା ଯୋଗୁଁ ଡିଜି ଶ୍ରୀ ଶର୍ମା ଓ ଅତିରିକ୍ତ ଡିଜି ଏସ୍.କେ. ଉପାଧ୍ୟୟ (କ୍ରାଇମବ୍ରାଞ୍ଚ)ଙ୍କ
ଉପସ୍ଥିତିରେ ଶ୍ରୀ ମିଶ୍ରଙ୍କୁ ମାନପତ୍ର ଦ୍ୱାରା ସମ୍ମାନୀତ କରାଯାଇଥିଲା। ଏହି
ସମ୍ମାନର ଅଧିକାରୀ ହେବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ବାର୍ତ୍ତାର ସୁଅ ଛୁଟିଛି।

LEAVE A REPLY

Please enter your comment!
Please enter your name here