ଉତ୍କଳ ସମ୍ମିଳନୀର ବୈଠକରେ ବିଭିନ୍ନ ଭାଷା ବିଲୋପ ହେଉଥିବା ବେଳେ ଆମ ଓଡିଆ ଭାଷା ର ସୁରକ୍ଷା ସଂପର୍କିତ ଆଲୋଚନା ସଭା

0
646

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ଉତ୍କଳ ଆଶ୍ରମ ସମ୍ମିଳନୀ କକ୍ଷରେ ଉତ୍କଳ ସମ୍ମିଳନୀର କାର୍ଯ୍ୟକାରୀ ବୈଠକ
ସଭାପତି ମନ୍ମଥ ପାଢୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି।ଉପସଭାପତି ଡାକ୍ତର ବୃନ୍ଦାବନଚନ୍ଦ୍ର ପାଢୀ,ସମ୍ପାଦକ ଦୀନବନ୍ଧୁ ଶ୍ରୀପଲ୍ଲବ,ଯୁଗ୍ମସମ୍ପାଦକ ଡାକ୍ତର ନକୁଳ ସାହୁ ପ୍ରମୁଖ ଏହି ଅବସରରେ ମଞ୍ଚାସୀନ ହୋଇ କାର୍ଯ୍ୟକ୍ରମକୁଉଦ୍ଘାଟନ କରିଥିଲେ। ପ୍ରାରମ୍ଭରେ ଓଡ଼ିଆ ଜାତୀୟ ସଂଗୀତ “ବନ୍ଦେ ଉତ୍କଳ ଜନନୀ” ଗାନ କରାଯାଇଥିଲା। ସମ୍ପାଦକଶ୍ରୀପଲ୍ଲବ ସମ୍ପଦକୀୟ ବିବରଣୀ ପାଠ କରି ସମ୍ମିଳନୀ ତରଫରୁ ରେଳ ବିଭାଗକୁ ପ୍ରଦାନ କରାଯାଇଥିବା ରେଳ ଚଳାଚଳ ସମ୍ପର୍କିତ ପତ୍ର ବିଷୟରେ ଅବଗତ କରାଇଥିଲେ। ରାଜ୍ୟ ଆଭ୍ୟନ୍ତରୀଣ ବିଦ୍ୟାଳୟ ଗୁଡିକୁ ବର୍ତ୍ତମାନ ମଧ୍ୟ ପର୍ଯାପ୍ତ ପରିମାଣରେ ପାଠ୍ୟ ପୁସ୍ତକ ଯୋଗାଇ ଦିଆନଯାଇଥିବାରୁ ସଭାରେ ଉଦ୍ବେଗ ପ୍ରକାଶ ପାଇଥିଲା ଏବଂ ତୁରନ୍ତ ପାଠ୍ୟ ପୁସ୍ତକ ଯୋଗାଇ ଦେବାପାଇଁ ମୁଖ୍ୟମନ୍ତ୍ରୀ,ଗଣଶିକ୍ଷା ମନ୍ତ୍ରୀ, ଓ ଶିକ୍ଷା ବିଭାଗ କୁ ପତ୍ର ପ୍ରଦାନ ନିମନ୍ତେ ପ୍ରସ୍ତାବଗୃହିତ ହୋଇଥିଲା।ବିଭିନ୍ନ ଭାଷା ର ବିଲୋପ ସହ ଆମ ଓଡିଆ ଭାଷା ର ସଂକଟ ଓ ନିରାକରଣ ସଂପର୍କିତ ଏକ ସଂଦର୍ଭ ପାଠକରି ଉପସଭାପତି ଡାକ୍ତର ପାଢୀ ଆଲୋଚନା କରିଥିଲେ।ଏଥି ସଂପର୍କରେ ଆମ ମୁଖ୍ୟମନ୍ତ୍ରୀ ପଦକ୍ଷେପ ଗ୍ରହଣ
କରୁଥିବା ରୁ ଧନ୍ୟବାଦ ଅର୍ପଣ କରାଯାଇଥାଲା। ଏହି ଅବସରରେ ଆଗାମୀ ଜାନୁଆରୀ ମାସ ରେ
ସମ୍ମିଳନୀ ଶାଖା ର ସାଧାରଣ ଅଧିବେଶନ ଓ ନିର୍ବାଚନ ଅନୁଷ୍ଠିତ କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା। ସଭାରେ ଯୋଗଦାନ କରିଥିବା ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ.ବନମାଳୀ ପାଣିଗ୍ରାହୀ, ଅଧିବକ୍ତା ଡ.ସୁବ୍ରତ କୁମାର ସାହୁ, ଡାକ୍ତର ଜେ.ରାମାରାଓ, ଡାକ୍ତର ଚନ୍ଦ୍ରମଣି ସ୍ବାଇଁ ପ୍ରମୁଖ ପ୍ରସଙ୍ଗ ସଂପର୍କରେ ଆଲୋଚନା କରିଥିଲେ। ସମ୍ମିଳନୀ ରେ ଏହି ବୈଠକରେ କୋଷାଧ୍ୟକ୍ଷ ନରସିଂହ ପାଣିଗ୍ରାହୀ ଙ୍କ ସମେତ ପରିଷଦ ସଦସ୍ୟ ଅଶୋକ କୁମାର ସା� ଇଂ.ପ୍ରକାଶ ଚନ୍ଦ୍ର ସାହୁ , ବିପ୍ରଚରଣ ପାତ୍ର, ସୁକାନ୍ତ ପାଢୀ, ସୁବାସ ଚନ୍ଦ୍ର ପଟ୍ଟନାୟକ,ଶ୍ରୀମତୀ ଜ୍ୟୋତ୍ସ୍ନା ରାଣୀ ସ୍ବାଇଁ, ଅନନ୍ତରାମ ପଣ୍ଡା,ହାଡ଼ିବନ୍ଧୁ ମାଳି ଉମାକାନ୍ତ ଦାସ ପିତାମ୍ବର ସାହୁ ଓ ଅନ୍ୟାନ୍ୟ ସଦସ୍ୟ ସଦସ୍ୟା ଅଂଶ ଗ୍ରହଣ କରିଥିଲେ ଯୁଗ୍ମ ସଂପାଦକ ଡାକ୍ତର ନକୁଳ ସାହୁ ପ୍ରସଙ୍ଗ ସଂପର୍କରେ ଆଲୋଚନା କରି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here