ବେଗୁନିଆପଡ଼ା ବ୍ଳକରେ ନିଯୁକ୍ତି ପରାମର୍ଶ ଶିବିର ଆୟୋଜିତ

0
612

କୋଦଳା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଶୁକ୍ରବାର ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକରେ ଆୟୋଜିତ ହୋଇଛି ନିଯୁକ୍ତି ପରାମର୍ଶ ଶିବିର । ରାଜ୍ୟ ସରକାରଙ୍କ ଜୀବୀକା ମିଶନ ପକ୍ଷରୁ ଆୟୋଜିତ ଏହି ନିଯୁକ୍ତି ପ୍ରଶିକ୍ଷଣ ଶିବିରରେ ବିଭିନ୍ନ ସଂସ୍ଥା ପକ୍ଷରୁ ଷ୍ଟଲ୍ ଦେଖିବାକୁ ମିଳିଥିଲା । ବେଗୁନିଆପଡ଼ା ବ୍ଳକର ବିଭିନ୍ନ ପଞ୍ଚାୟତରୁ ବେକାର ଯୁବକ ଯୁବତୀ ମାନେ ଯୋଗ ଦେଇ ନାମ ପଞ୍ଜୀକରଣ କରିଥିଲେ । ଓଡିଶା ଜୀବିକା ମିସନ ଓ ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା ମାଧ୍ୟମରେ ପ୍ରତିବର୍ଷ ଏହି ଶିବିର କରାଯାଉଛି। ୧୮ ବର୍ଷରୁ ୩୫ ବର୍ଷ ବେରୋଜଗାରୀ ଯୁବକ ଯୁବତୀ ମାନଙ୍କୁ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରିବା ପାଇଁ ପ୍ରଥମେ ପ୍ରଶିକ୍ଷଣ ଦିଆଯିବ ଏବଂ ପ୍ରଶିକ୍ଷଣ ପରେ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯିବ ବୋଲି ସୂଚନା ମିଳିଛି । ମୋଟ ୫୦୨ ଜଣ ବେକାର ଯୁବକ ଯୁବତୀ ରେଜିଷ୍ଟ୍ରେସନ୍ କରିଥିବା ବେଳେ ସିସିଡି, କ୍ଯାପସନ୍ ଏଫ୍ ଏମ୍ ଲିମିଟେଡ ଏନ୍ ଟି ଟି ଏଫ୍ ଜାଗ୍ରତ, ଗ୍ରାମ ତରଙ୍ଗ, ସାହି ଏକ୍ସପର୍ଟ, ବିଦ୍ଯା ଭାରତୀ, ଏଏସ୍ଏମ୍ଏସିଏସ୍ ସିଷ୍ଟମ, ଜେଆର୍ଜି ଓ ଅନ୍ୟାନ୍ୟ ଟ୍ରେନିଂ ପାଇଁ ମୋଟ ୩୮୨ ଜଣ ବେକାର ଯୁବକ ଯୁବତୀ ଫର୍ମ ଦାଖଲ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here