ମାଁ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ କମିଟି ଗଠିତ

0
270

ଦିଗପହଣ୍ଡି() ଦିଗପହଣ୍ଡି ସହର ଉପକଣ୍ଠସ୍ଥ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ଥିବା ମାଁ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ କମିଟିର ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ମନ୍ଦିର ପାଦଦେଶରେ ଥିବା ଆଦର୍ଶ ଆଶ୍ରମ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ମହେନ୍ଦ୍ର ଆଶ୍ରମର ସାଧୁ ସନ୍ଥ ଶ୍ରୀ ଭାଷ୍କର ତୀର୍ଥ ଲକ୍ଷ୍ମୀ ବାବାଙ୍କ ଆବହକତ୍ଵରେ ଅନୁଷ୍ଠିତ ବୈଠକରେ ସହରର ବହୁ ବୁଦ୍ଧିଜୀବୀ ସମାଜସେବୀ ଏବଂ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ଶିକ୍ଷକ ଦିବାକର ପଣ୍ଡା ଏବଂ ସୁରେନ୍ଦ୍ର ପଟ୍ଟନାୟକଙ୍କ ପ୍ରସ୍ତାବ କ୍ରମେ ସର୍ବ ସମ୍ମତି ଭାବେ ପ୍ରମୋଦ ପାଣିଗ୍ରାହୀଙ୍କ ସଭାପତି ଭାବେ ମନୋନୀତ କରାଯାଇଛି। ସେହିପରି ଉପସଭାପତି ଭାବେ ପ୍ରହଲ୍ଲାଦ ସ୍ବାଇଁ, ନାରାୟଣ ସାବତ, ମିଲନ ପାଣିଗ୍ରାହୀ, ସମ୍ପାଦକ ଭାବେ ସୁରେନ୍ଦ୍ର ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ଭାବେ ନୀଳକଣ୍ଠ ପଟ୍ଟନାୟକ, ଅଧ୍ୟାପକ ଅନିଲ କୁମାର ସାହୁ, ଗୀତାଞ୍ଜଳି ପଣ୍ଡା ଏବଂ କୋଷାଧ୍ୟକ୍ଷ ଭାବେ ବିଘ୍ନରାଜ ପାଣିଗ୍ରାହୀଙ୍କୁ ମନୋନୀତ କରାଯାଇଛି। ଏହା ସହିତ ୧୪ ଜଣିଆ ଉପଦେଷ୍ଟା ମଣ୍ଡଳୀ କରାଯାଇଛି। ସେଥିରେ ଆଇନଜୀବୀ ପରେଶ ଚନ୍ଦ୍ର ରଥ, ଲକ୍ଷ୍ମୀ ନାରାୟଣ ପାଢ଼ୀ, ହେମନ୍ତ କୁମାର ପାଣିଗ୍ରାହୀ, କାଳୀ ଚରଣ ପାଢ଼ୀ, ଅଞ୍ଜଳି ପଣ୍ଡା, ପୁଷ୍ପଲତା ବେହେରା, ଉଦୟନାଥ ସ୍ବାଇଁ, ପ୍ରଫୁଲ୍ଲ ପଣ୍ଡା, ରାମନାଥ ବିଷୋୟୀ, ବି.କ୍ରିଷ୍ଣା ରାଓ ସୁବୁଦ୍ଧି, ଉଶାନ୍ତ ସାହୁ, ରଘୁନାଥ ପାଣିଗ୍ରାହୀ, ସଂଯୁକ୍ତା ଦଳାଇ, ସୂର୍ଯ୍ୟନାରାୟଣ ମହାନ୍ତି ପ୍ରମୁଖ ରହିଥିବା ଜଣାଯାଇଛି। ସେହିପରି ମିଡ଼ିଆ ସେଲ ଭାବେ ସମୀରକାନ୍ତ ତ୍ରିପାଠୀ ଏବଂ ଶଙ୍କର୍ଷଣ ରଥଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ୨୧ଜଣିଆ କାର୍ଯ୍ୟକାରୀ କମିଟି ପ୍ରସ୍ତୁତ କରାଯାଇଛି। ସେଥିରେ ଏମ.ରାମଚନ୍ଦ୍ର,ଏସ.ଶଙ୍କର ଦୋରା,କାଳୁଚରଣ ବେହେରା, ଦିବାକର ଜେନା, ପ୍ରକାଶ ପ୍ରଧାନ,ରଘୁନାଥ ରେଡ୍ଡି,ଅଜୟ ପ୍ରଧାନ, ଅମରଦୀପ ପଣ୍ଡା, ରାକେଶ ପଶୁପାଳକ,ବି.ପ୍ରଭାକର ରେଡ୍ଡି, ସୁଶାନ୍ତ ନାୟକ,ମୁନା ବିଷୋୟୀ,ସୁଧାକର ସାହୁ,ପ୍ରେମାନନ୍ଦ ନନ୍ଦ,ନିରାକାର ପ୍ରଧାନ, ସନତ କୁମାର ପାଣିଗ୍ରାହୀ,ମୁନା ବେହେରା,ପ୍ରଦୀପ ଦୋରା,ସୀମାଞ୍ଚଳ ପାଣିଗ୍ରାହୀ,ପିନାକ ପାଣିଗ୍ରାହୀ ପ୍ରମୁଖ ରହିଥିବା ସୂଚନା ଦିଆଯାଇଛି। ଏହି ଅବସରରେ ମନ୍ଦିରର ସାମଗ୍ରୀକଁ ଉନ୍ନତି ପାଇଁ ବିଭିନ୍ନ ବିଷୟରେ ବିସ୍ତ୍ରୁତ ଆଲୋଚନା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here