୨୪କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଅବସରରେ ୧୦୦୮ କଳସ ଶୋଭାଯାତ୍ରା ଅନୁଷ୍ଠିତ।

0
645

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ସ୍ଥାନୀୟ ନିଳାଦ୍ରୀ ବିହାର ଶକ୍ତି ପୀଠରେ ବିଶ୍ଵ ଗାୟତ୍ରୀ ପରିବାର ବ୍ରହ୍ମପୁର ତତ୍ୱାବଧାନରେ ସଞ୍ଜିବନୀ ସାଧନା ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଓ ପ୍ରଜ୍ଞାପୁରାଣ କଥା ବଚନ ଅବସରରେ ୧୦୦୮ କଳସ ଧାରି ମାନଙ୍କର ବିରାଟ କଳସଯାତ୍ରା ନିଳାଦ୍ରୀବିହାର ଶକ୍ତିପୀଠ ଠାରୁ ବାହାରି ତୁଳସୀ ନଗର ଦେଇ ଅନ୍ନପୂର୍ଣ୍ଣା ବଜାର ଓ ଗିରିଜା ଛକ ଦେଇ ରାମ ଲିଙ୍ଗେଶ୍ଵର ପୋଖରୀରୁ ଦଳ ଧାରଣ କରି ଏକ ହଜାର ଆଠ କଳସଧାରିଙ୍କ ସହ ବାହାରି ତୁଳସୀନଗର ୭ମ ଲାଇନ୍ ସ୍ଥିତ ଯଜ୍ଞସ୍ଥଳରେ ପହଞ୍ଚି ଯୁଗସଙ୍ଗୀତ ଓ ପ୍ରଗ୍ୟାଁପୁରାଣ କଥାବଚନ ହୋଇ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂଧ୍ୟାରେ ପ୍ରବଚନ ହୋଇ ଆସନ୍ତା କାଲି ସକାଳେ ୦୯ ଘଣ୍ଟାରେ ଗାୟତ୍ରୀ ମହାଯଜ୍ଞ ଅନୁଷ୍ଠିତ ହେବ। ଏହି ଅବସରରେ ମୁଖ୍ୟ ଅତିଥି ହରିଦ୍ଵାର ଠାରୁ ଆସିଥିବା ଶ୍ରୀ ସୁଧାରାମ ମାର୍କନ, ଶ୍ରୀ ଚୁନୁରାମ ସେନ ଶ୍ରୀ ଶଶିଦେବ ବାଧା ଯୋଗଦେଇଥିଲେ। ଶକ୍ତିପୀଠର ମୁଖ୍ୟ ସଂଯୋଜକ ଶ୍ରୀ ପ୍ରଫୁଲ୍ଲ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଡଃ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ କର୍ପୋରେଟର ଶ୍ରୀ ଆର୍ ମୁରଲୀ ମୋହନ, ପୂର୍ବତନ କର୍ପୋରେଟର ଶ୍ରୀ ଭିଷ୍ମାଚାର୍ଯ୍ୟ ଚୌଧୁରୀ, ସବିତା ସାହୁକାର, ସୁଜାତା ପଟ୍ଟନାୟକ, ସୁରେଶ ତ୍ରିପାଠୀଙ୍କ ସହ ବହୁ ଗାୟତ୍ରୀ ପରିବାର ସଦସ୍ୟ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here