ବେଗୁନିଆପଡ଼ା ବ୍ଳକ ଗସ୍ତରେ ମହିଳା ଶିଶୁ ବିଭାଗ ଗୃହ କମିଟି।

0
728

କୋଦଳା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ରାଜ୍ୟ ସରକାରଙ୍କ ମହିଳା ଶିଶୁ ବିକାଶ ବିଭାଗର ଗୃହ କମିଟି ସୋମବାର ଗଂଜାମ ଜିଲ୍ଲା ଗସ୍ତରେ ଥିବା ବେଳେ ବେଗୁନିଆପଡ଼ା ବ୍ଳକ ମଧ୍ୟ ଗସ୍ତ କରିଛନ୍ତି। କମିଟି ପକ୍ଷରୁ ୧୦ ଜଣ ମହିଳା ବିଧାୟିକାକଂ ସମେତ ସମନ୍ବିତ ଶିଶୁ ବିକାଶ ଜିଲ୍ଲା ଅଧିକାରୀଣୀ, ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋଦଳା ତହସିଲଦାର ଏହି ଗସ୍ତ ସମୟରେ ଉପସ୍ଥିତ ଥିଲେ। ବ୍ଲକର କେ ବରିଡ଼ା ସ୍ଥିତ ଏକ ଅଂଗନବାଡି କେନ୍ଦ୍ରକୁ ଏହି କମିଟି ଗସ୍ତ କରି ବିଭିନ୍ନ ସମସ୍ଯା ଓ ଏହି ବିଭାଗରେ ମିଳୁଥିବା ସରକାରୀ ସୁବିଧା ସୁଯୋଗ କିଭଳି କାର୍ଯ୍ୟକାରୀ ହେଉଛି ସେ ନେଇ ବୁଝିଥିଲେ। ବେଗୁନିଆପଡ଼ା ବ୍ଳକ ପାଇଁ ଖଲ୍ଲିିକୋଟ ବ୍ଲକରୁ ଛତୁଆ ଆସୁଥିବା ବେଳେ ଏହି ଛତୁଆ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଥିଲା ଏବଂ ବେଗୁନିଆପଡ଼ା ବ୍ଳକରେ ଥିବା ମହିଳା ସଂଗଠନ ଗୁଡିକୁ ଛତୁଆ ଯୋଗାଇଦେବା ପାଇଁ ଅନୁମତି ଦିଆଯିବାକୁ ଦାବି ହୋଇଥିଲା। ମହିଳା ସଂଗଠନ ଗୁଡିକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଯୋଗାଇ ଦେଉଥିବା ପାଣ୍ଠିର କିଭଳି ବିନିଯୋଗ ହେଉଛି ଏବଂ ମହିଳା ମାନେ ନେଉଥିବା ଅର୍ଥ କେଉଁ କେଉଁ କାର୍ଯ୍ୟରେ ବିନିଯୋଗ କରୁଛନ୍ତି ସେ ନେଇ କିଛି ମହିଳା ସଂଗଠନର ସଦସ୍ୟ ମାନଙ୍କ ସହ ଗୃହ କମିଟିର ସଦସ୍ୟ ମାନେ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here