ବାଳିକା ଉଚ୍ଚ ବିଦ୍ୟାଳୟରେ ବୃନ୍ଦ ରୋପଣ କାର୍ଯ୍ୟକ୍ରମ

0
244

ବୁଗୁଡା: ବୁଗୁଡା ସହରର ଶ୍ରୀ ବିରଞ୍ଚି ନାରାୟଣ ନୋଡାଲ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜୁଲାଇ ୨୪ ତାରିଖ ଦିନ ବନମହୋତ୍ସବ ପାଳନ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାନୁଷ୍ଠାନର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଓ ବନ ବିଭାଗର ବୁଗୁଡା ସେକ୍ସନ ବନପାଳ ଅଭିରାମ ଖିଲଙ୍କ ତତ୍ତ୍ୱାବଧାନରେ ବନମହୋତ୍ସବ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିସରରେ ବିଭିନ୍ନ ଫଳ ଓ ଔଷଧିୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରି ବୃକ୍ଷ ରୋପଣ କରିଥିଲେ।

ରିପୋର୍ଟ :ସ୍ୱରୂପ ସୁମନ ମହାରଣା

LEAVE A REPLY

Please enter your comment!
Please enter your name here