ୟୁଥ ହଷ୍ଟେଲ ଆସୋସିଏସନ ପକ୍ଷରୁ ୪ର୍ଥ ରାଜ୍ୟସ୍ତରୀୟ ସାଇକେଲ ସଚେତନତା ଅଭିଯାନ ଆୟୋଜିତ

0
738

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ/ଶକ୍ତିଧର ରାଜଗୁରୁ) : ୟୁଥ ହଷ୍ଟେଲ ଆସୋସିଏସନ ଗଞ୍ଜାମ ଶାଖା ପକ୍ଷରୁ ବ୍ରହ୍ମପୁରରେ ୪ର୍ଥ ରାଜ୍ୟସ୍ତରୀୟ ସାଇକେଲ ସଚେତନତା ଅଭିଯାନ ଆୟୋଜିତ ହୋଇଯାଇଛି। ସଂଘର ସଭାପତି ପଦ୍ମନାଭ ଡାଭେଙ୍କ ସଂଯୋଜନାରେ ଆୟୋଜିତ ଏହି ସାଇକେଲ ଶୋଭାଯାତ୍ରା ଖଲ୍ଲିକୋଟ କଲେଜ ନିକଟରୁ ବାହାରି ଆଙ୍କୁଶପୁର ଏସ ଏମ୍ ଆଇ ଟି ପର୍ଯ୍ୟନ୍ତ ଯାଇଥିଲା।
ଏହି ସଚେତନତା ଶୋଭାଯାତ୍ରା ଜରିଆରେ ସମାଜରେ ପ୍ଲାଷ୍ଟିକର ବ୍ୟବହାରକୁ ବାରଣ କରିବା, ପରିବେଶ ସୁରକ୍ଷା ଓ ଜଳ ସଞ୍ଚୟ ଭଳି ସନ୍ଦେଶ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଉଦ୍ୟମ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସଚେତନତା ଅଭିଯାନରେ ବ୍ରହ୍ମପୁର ତଥା ଆଖପାଖର ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ର ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here