ସ୍ଵର୍ଗତ ରମେଶ ଚନ୍ଦ୍ର ବଳ ବାବୁଙ୍କୁ ବ୍ରାଞ୍ଚ ସ୍ତରୀୟ ଶ୍ରଧାଞ୍ଜଳି ଉଦ୍ଦେଶ୍ୟରେ ଶୋକ ସଭା ଅନୁଷ୍ଠିତ

0
852

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ/ପ୍ରଣୟ ପଣ୍ଡା) : ଗତକାଲି ବ୍ରହ୍ମପୁର ଏଲ.ଆଇ.ସି ଅଫିସ ବ୍ରାଞ୍ଚ-୧ରେ ସ୍ଵର୍ଗତ ରମେଶ ଚନ୍ଦ୍ର ବଳଙ୍କ ଉଦ୍ଦେଶ୍ୟରେ ଶୋକ ସଭା ଅନୁଷ୍ଠିତ ହୋଇଥିଲା | ତାଙ୍କର ଅମର ଆତ୍ମାକୁ ଶ୍ରଧାଞ୍ଜଳି ଦେବା ପାଇଁ ବ୍ରାଞ୍ଚ ସ୍ତରୀୟ ଶୋକ ସଭା ହୋଇଥିଲା | ଏଥିରେ ବ୍ରାଞ୍ଚର ସମସ୍ତ କର୍ମକର୍ତ୍ତା,ବ୍ରାଞ୍ଚ ପରିଚାଳକ ଓ ଏଜେଣ୍ଟ ବନ୍ଧୁଗଣ ଉପସ୍ଥିତ ଥିଲେ |
ବଳ ବାବୁ ଜଣେ ଭଲ ପେସାଗତ ଏଜେଣ୍ଟ,ଭଲ ନାଗରିକ ଓ ପରୋପକାରୀ ଥିଲେ |
ତାଙ୍କର କ୍ୟାରିଅରରେ ସେ ସର୍ବ ଭାରତୀୟ ସ୍ତରରେ ସୁନାମ ଅର୍ଜନ କରିବା ସହ ଏମଡିଆରଟି ଓ ସିଏମ କ୍ଲବ୍ ର ମେମ୍ବର ଥିଲେ | ସେ ବ୍ରହ୍ମପୁର ଏଲ.ଆଇ.ସି ଏଜେଣ୍ଟସ ୟୁନିଅନର ସମ୍ପାଦକ ଥିଲେ | ଏଜେଣ୍ଟମାନଙ୍କର ଯେତେବେଳେ ଯେକୌଣସି ସମସ୍ୟା ହେଲେ,ତାଙ୍କୁ ସହଯୋଗ କରି ସମାଧାନର ସୂତ୍ର ବାହାର କରୁଥିଲେ | ପ୍ରତ୍ୟେକ ଏଜେଣ୍ଟର ସୁଖଦୁଃଖରେ ସହଭାଗୀ ହେଉଥିଲେ |
ଏଜେଣ୍ଟମାନଙ୍କ ପାଇଁ ସେ ଭଗବାନ ସ୍ୱରୂପ ଥିଲେ | ପୁରୁଣା ଏଜେଣ୍ଟମାନେ ମଧ୍ୟ କର୍ମକ୍ଷେତ୍ରରେ ତାଙ୍କର ପରାମର୍ଶ ଲୋଡୁଥିଲେ | ତାଙ୍କ ପାଖରେ ଛୋଟ ବଡ ଏଜେଣ୍ଟ ପ୍ରଭେଦ ନଥିଲା ତଥା ସେ ସମସ୍ତଙ୍କର ସୁବିଧା ଅସୁବିଧା କଥା ବୁଝୁଥିଲେ | କେବଳ ବ୍ରହ୍ମପୁର ଡିଭିଜନର ୧୪ଟି ବ୍ରାଞ୍ଚ ନୁହେଁ ଓଡିଶା ତଥା ଓଡିଶା ବାହାରେ ମଧ୍ୟ ଏଜେଣ୍ଟ ସଙ୍ଗଠନରେ ତାଙ୍କର ଖ୍ୟାତି ଥିଲା | ତାଙ୍କ ଅକାଳ ବିୟୋଗରେ ବ୍ରହ୍ମପୁର ଡିଭିଜନର ସମସ୍ତ ବ୍ରାଞ୍ଚ ଅଫିସ ସହ ଓଡ଼ିଶାର ସମସ୍ତ ବ୍ରାଞ୍ଚ ତଥା ଭାରତର ସବୁ ବ୍ରାଞ୍ଚରେ ଶୋକ ସଭା ପାଳନ କରାଯାଇଛି | ଏଲ.ଆଇ.ସିର ସମସ୍ତ କର୍ମକର୍ତ୍ତାଙ୍କ ସହ ତାଙ୍କର ଉତ୍ତମ ବୁଝାମଣା ଥିଲା | ତାଙ୍କର ଜ୍ଞାନ,ଉତ୍ତମ ବ୍ୟବହାର ଓ ଧର୍ଯ୍ୟ ପାଇଁ ସେ ସଦାସର୍ବଦା ସମସ୍ତଙ୍କ ନିକଟରେ ଆଦରଣୀୟ ତଥା ଅବିସ୍ମରଣୀୟ ହୋଇ ରହିବେ |

LEAVE A REPLY

Please enter your comment!
Please enter your name here