ବିଧାୟକ ଙ୍କ ଜନ୍ମଦିନରେ ସହରକୁ ସାନିଟାଇଜ କଲେ ବିଜେପି ଯୁବମୋର୍ଚ୍ଚା

0
256

ଉମରକୋଟ: ଉମରକୋଟ ବିଧାୟକ ଙ୍କ ୪୪ ତମ ଜନ୍ମଦିନ ରେ ଉମରକୋଟ ବିଜେପି ଯୁବମୋର୍ଚ୍ଚା କାର୍ଯକର୍ତ୍ତା ଉମରକୋଟ ସହର ରେ ଆରମ୍ଭ କରିଛନ୍ତି ସାନିଟାଇଜ। ଆଜି ୱାର୍ଡ ନଂ ୬ ଏବଂ ୱାର୍ଡ ୩ କୁ ସାନିଟାଇଜ କରିଛନ୍ତି ।ଉମରକୋଟ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ଙ୍କ କହିବା ଅନୁସାରେ ବହୁତ ଦିନ ଧରି ଉମରକୋଟ ବିଧାୟକ ଏବଂ ଯୁବମୋର୍ଚ୍ଚା ମାନ୍ୟବର ତହସିଲଦାର ଙ୍କୁ ସହରରେ ବର୍ଦ୍ଧିତ କୋରନା ର ପ୍ରକୋପ ର ଚେନ କୁ ଭାଙ୍ଗିବା ପାଇଁ ସହର ଏବଂ ସମସ୍ତେ ୱାର୍ଡ କୁ ବିଶୋଧନ କରିବାପାଇଁ ଅନୁରୋଧ କରାଯାଇଥିଲା। କିନ୍ତୁ କେବଳ ସହରର ମୁଖ୍ୟ ରାସ୍ତା କୁ ହିଁ ବିଶୋଧନ କରାଯାଇଥିଲା। ବର୍ତମାନ ମାନ୍ୟବର ବିଧାୟକ ଙ୍କ କୋରନା ପୋଜିଟିଭ ଯୋଗୁଁ ନିଜ ଘରେ ରହୁଛନ୍ତି ତେଣୁକରି ତାଙ୍କର ଅନୁପସ୍ଥିତ ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେଇଛି ଆଗାମୀ ଦିନରେ ବିଧାୟକ ସୁସ୍ଥ ହେଲେ ଯୁବମୋର୍ଚ୍ଚା ସହିତ କାର୍ଯ୍ୟକ୍ରମ ରେ ସାମିଲ ହେବେ।ଉକ୍ତ କାର୍ଯ୍ୟକ୍ରମ ରେ ଉମରକୋଟ ବିଜେପି ଯୁବମୋର୍ଚ୍ଚା ସଭାପତି ଆଶିଷ ରାଓ, ଉପସଭାପତି ଅମିତ ହାଲଦାର, ସମ୍ପାଦକ ସୁଦେବ ନନ୍ଦୀ, ମିଳୁ ପଣ୍ଡା, ସନ୍ତୋଷ ନାୟକ, ପ୍ରଦୀପ କୁମାର ସାହୁ, ବାଦଲ ପଟ୍ଟନାୟକ, ସାଇବ ହଂସାରୀ,ଉପସ୍ଥିତ ଥିଲେ।

ରିପୋର୍ଟ :କ୍ରିଷ୍ଣା ସାହୁ

LEAVE A REPLY

Please enter your comment!
Please enter your name here