ସଙ୍ଗତି ସଙ୍ଗଠନର ରେଶମ ସହର ପୁସ୍ତକ ମେଳା ପ୍ରସ୍ତାବ ଗୃହୀତ

0
717

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ସ୍ଥାନୀୟ ଉତ୍କଳ ଆଶ୍ରମ (ଗଞ୍ଜାମ କଳାପରିଷଦ) ସଭାଗୃହରେ ସଙ୍ଗତି ସଙ୍ଗଠନ ପକ୍ଷରୁ “ରେଶମ ସହର ପୁସ୍ତକ ମେଳା”ସମ୍ପର୍କରେ ଗୋଟିଏ ଗୁରୁତ୍ୱପୂର୍ଣ ବୈଠକ ଅନୁଷ୍ଠିତ ହୋଇଥିଲା | ସଭାପତି ଶ୍ରୀ ଗୋପାଳକୃଷ୍ଣ ଡାକୁଆ ଅଧକ୍ଷତା କରିଥିବାବେଳେ ସଙ୍ଗତି ସଙ୍ଗଠନ ସମ୍ପାଦକ ଶ୍ରୀ ବିଜୟ କୁମାର ପାଢ଼ୀ ପୁସ୍ତକ ମେଳା ଆୟୋଜକ ଭାବେ ବ୍ରହ୍ମପୁର ସହରର ବହୁ ପୁରାତନ ଅନୁଷ୍ଠାନ “କବି ଗୋପାଳକୃଷ୍ଣ ସାଂସ୍କୃତିକ ପରିଷଦ”ରହିବ ଏବଂ ସଙ୍ଗତି ସଙ୍ଗଠନ ସହିତ ଖଲ୍ଲିକୋଟ ସାଂସ୍କୃତିକ ପରିଷଦର ସମ୍ପାଦକ ଶ୍ରୀ ଦେବୀପ୍ରସାଦ ମହାପାତ୍ର,ସଂଗ୍ରାମୀ କେରା ସାହିତ୍ୟ ସଂସଦର ସମ୍ପାଦକ ଶ୍ରୀ ଅଜିତ କୁମାର ମହାପାତ୍ର,ନାଟ୍ୟଶ୍ରୀ ଫାଉଣ୍ଡେସନର ଆବାହକ ଶ୍ରୀ ଭବାନୀଶଙ୍କର ମିଶ୍ର,ବହୁମୁଖୀ ସମାଜ ମଙ୍ଗଳ ଓ ସଂସ୍କୃତି କେନ୍ଦ୍ରର ସଭାପତି ଡ଼କ୍ଟର କୃଷ୍ଣଚନ୍ଦ୍ର ଦାସ,ନବୀନ ସାହିତ୍ୟ ସଂସଦର ସମ୍ପାଦକ ଡ଼କ୍ଟର ଚନ୍ଦ୍ରମଣି ସ୍ୱାଇଁ,ଲୋକ ସଂସ୍କୃତି ଆଧ୍ୟାତ୍ମିକ ବିକାଶ ମଞ୍ଚର ସମ୍ପାଦକ ଡ଼କ୍ଟର ରାଜେନ୍ଦ୍ର କୁମାର ସାହୁ,ଚିତ୍ତକାରାଣୀ ମହୋତ୍ସବର ସଭାପତି ଶ୍ରୀ ସାଗର କୁମାର ବେହେରା,ମହାନଗର ମହୋତ୍ସବର ସଭାପତି ଶ୍ରୀ ନାରାୟଣ ମହାକୁଡ଼ ଏବଂ ଅନେକ ଅନୁଷ୍ଠାନର କର୍ମକର୍ତ୍ତା ପୁସ୍ତକ ମେଳାର ଗୁରୁ ଦାୟିତ୍ୱ ବହନ କରିବେ ବୋଲି ପ୍ରତିଶୃତିବଦ୍ଧ ହୋଇଛନ୍ତି | ଓଡ଼ିଆ ଭାଷା,ସଂସ୍କୃତି,ପରମ୍ପରାକୁ ଉଜ୍ଜୀବିତ କରିବାକୁ ହେଲେ ଅଧିକରୁ ଅଧିକ ପାଠକ,ପ୍ରକାଶକ,ବହି ବିକ୍ରେତା ସୃଷ୍ଟି କରିପାରିଲେ ଆମେ ଓଡ଼ିଆ ବୋଲି ଗର୍ବ ଅନୁଭବ କରିପାରିବା ବୋଲି ପୁସ୍ତକ ମେଳା ସଭାପତି ମତବ୍ୟକ୍ତ କରିଥିଲେ | ପୁସ୍ତକ ମେଳାକୁ ସର୍ବାଙ୍ଗ ସୁନ୍ଦର ସ୍ୱଚ୍ଛଳ ରଖିବା ଆମର କର୍ତ୍ତବ୍ୟ ବୋଲି ସଙ୍ଗତି ସଙ୍ଗଠନର ଉପ ସଭାପତି ଶ୍ରୀ ସମୀର କୁମାର ସାବତ କହିଥିଲେ | ଏହି କାର୍ଯ୍ୟକ୍ରମରେ ଉତ୍ତରା ମଲ୍ଲିକ,ପୂର୍ଣଚନ୍ଦ୍ର ସାହୁ,ଗନ୍ଧର୍ବ ପ୍ରଧାନ,ଅମରକୃଷ୍ଣ ସାହୁ,ପ୍ରଶାନ୍ତ କୁମାର ସାହୁ,ଶରତ ଚନ୍ଦ୍ର ସାହୁ,ମହାଦେବ ମହାପାତ୍ର,ଦୁର୍ଯ୍ୟଧନ ବେହେରା,ଗଗନ ବେହେରା,ପ୍ରଶାନ୍ତ ସାହୁ ଆଦି ଯୋଗଦେଇଥିବା ବେଳେ ନୂପୁର ଅନୁଷ୍ଠାନର ସମ୍ପାଦକ ଶ୍ରୀ ସତ୍ୟ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ |

LEAVE A REPLY

Please enter your comment!
Please enter your name here