ଟ୍ରକ୍ କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହୀ ବସ୍

0
860

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ଗଂଜାମ ଜିଲ୍ଲା ଅଗସ୍ତି ନୂଆଗାଁ ନିକଟରେ ଏକ ସଡକ ଦୁର୍ଘଟଣା ହୋଇଛି । ଟ୍ରକକୁ ପଛପଟୁ ଧକ୍କା ଦେଇଛି ଯାତ୍ରୀବାହୀ ବସ୍ । ଫଳରେ ଜଣେ ନର୍ସଙ୍କ ସମେତ ୨୦ ଜଣ ଆହତ ହୋଇଛନ୍ତି । ନର୍ସ ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ସସ୍ମିତା ପାତ୍ର ବୋଲି ଜଣାପଡିଛି। ସେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ନର୍ସ ଭାବେ କାର୍ଯ୍ୟରତ ଅଛନ୍ତି। ସୂଚନା ଅନୁସାରେ ବ୍ରହ୍ମପୁରରୁ ଭୁବନେଶ୍ବର ଯାଉଥିବା ସିଲକସିଟି ନାମକ ଘରୋଇ ଯାତ୍ରୀବାହୀ ବସଟି ଅଗସ୍ତି ନୂଆଗାଁ ନିକଟସ୍ଥ ଟାଟା ସୋ ରୁମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଟ୍ରକକୁ ଓଭର ଟେକ କରୁଥିବା ସମୟରେ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ବସ। ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇଥିବାବେଳେ ଅନ୍ୟ ୧୦ଜଣ ଆହତ ହୋଇଛନ୍ତି। ଅନ୍ୟ ସମସ୍ତ ଯାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆହତଙ୍କୁ ଗଂଜାମ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଚିକିତ୍ସା କରାଯାଇଥିବା ବେଳେ ଗୁରୁତରଙ୍କୁ ଛତ୍ରପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

LEAVE A REPLY

Please enter your comment!
Please enter your name here