ଡିଭାଇଡରକୁ ଧକ୍କା ଦେଲା ବାଇକ୍,ଘଟଣା ସ୍ଥଳରେ ୨ ମୃତ

0
349

ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ଏନଏଚ୍-୧୬ ବାୟା ରେଷ୍ଟୁରାଣ୍ଟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇ ଯୁବକଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ବରଣ ହୋଇଥିବା ସୂଚନା ମିଳିଛି । ସୂଚନାପ୍ରକାରେ ଜାଣିବାକୁ ମିଳିଛି ଯେ, ଆଜି ସକାଳ ୮ଟା ସମୟରେ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ କଞ୍ଚୁଡୁ ଅଞ୍ଚଳର ଦଣ୍ଡ ପାଳ ଓ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ବ୍ରହ୍ମାନଗର ଅଞ୍ଚଳର ସୁମନ୍ ଦାସ ଉଭୟେ ମିଶି କୌଣସି ଏକ କାର୍ଯ୍ୟରେ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଜାତୀୟ ରାଜପଥ-୧୬ ଛତ୍ରପୁର ସ୍ଥିତ ବାୟା ରେଷ୍ଟୁରାଣ୍ଟ ନିକଟରେ ରାସ୍ତା ପାର୍ଶ୍ଵରେ ଥିବା ଏକ ଡିଭାଇଡରକୁ ଧକ୍କା ଦେଇଥିଲେ ।ଯାହା ଫଳରେ ଦୁଇ ଯୁବକ ରାସ୍ତା ମଝିରେ ହିଁ ଛିଟିକି ପଡ଼ିଥିଲେ ।ଏହି ଘଟଣା ଦେଖିବା ପରେ ସ୍ଥାନୀୟ ଜନସାଧାରଣ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ଘଟଣା ସ୍ଥଳରେ ହିଁ ଦୁଇ ଯୁବକଙ୍କ ପ୍ରାଣବାୟୁ ଉଡିଯାଇଥିଲା । ଗାଡ଼ିର ବେଗ ଏତେ ତୀବ୍ରତର ଥିଲା ଯେ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ହୋଇଥିଲା । ପରେ ସୁଦାମ ଓ ଦଣ୍ଡ ଦୁହେଁ ଘଟଣା ସ୍ଥଳରୁ ୧୦ମିଟର ଦୂରରେ ଛିଟିକି ପଡ଼ିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।ଏହି ଘଟଣା ଜାଣିବା ପରେ ଛତ୍ରପୁର ଥାନା ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ଯୁବକଙ୍କ ମୃତ ଦେହକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ନେଇ ସୂଚନା ମିଳିଛି ।

ରିପୋର୍ଟ:ମନୋଜ କୁମାର ପାତ୍ର

LEAVE A REPLY

Please enter your comment!
Please enter your name here