୫୮୭ଥାନା ପାଇଁ ବାର୍ଷିକ ୧୭.୫କୋଟି ଟଙ୍କାର ଅତିରିକ୍ତ କଣ୍ଟିଜେନ୍ସି ପାଣ୍ଠି ଘୋଷଣା

0
666

ଭୁବନେଶ୍ୱର : ମୋ ସରକାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ଥାନା ଗୁଡ଼ିକରେ ଜନସାଧାରଣ କିପରି ସେବା ପାଉଛନ୍ତି ସେ ସମ୍ପର୍କରେ ନିୟମିତ ଜନସାଧାରଣଙ୍କ ମତାମତ ନେଉଛନ୍ତି। ଥାନା ଗୁଡ଼ିକ ଯେପରି ଅଧିକ ଦକ୍ଷତାର ସହ ଜନସାଧାରଣଙ୍କୁ ଉନ୍ନତସେବା ଯୋଗାଇ ଦିଆଯିବ ସେ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ୫୮୭ଟି ଥାନା ପାଇଁ ବାର୍ଷିକ ୧୭.୫କୋଟି ଟଙ୍କାର ଅତିରିକ୍ତ ଆକସ୍ମିକ ପାଣ୍ଠି ମଞ୍ଜୁର କରିଛନ୍ତି।ଏଥିପାଇଁ ରାଜ୍ୟର ୫୮୭ ଥାନାକୁ ଟଙ୍କା ଦେବେ ରାଜ୍ୟ ସରକାର। ଏନେଇ ସମସ୍ତ ଥାନା ପାଇଁ ୧୭.୫ କୋଟି ଟଙ୍କା କଣ୍ଟିଜେନ୍ସି ଫଣ୍ଡ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।କଟକ-ଭୁବନେଶ୍ଵର କମିସନରେଟ ପୋଲିସର ୪୪ ଥାନାକୁ ମିଳିବ ମାସିକ ୪୦ ହଜାର ଟଙ୍କା। ସେହିପରି ସହରାଞ୍ଚଳର ୧୪୨ ଥାନାକୁ ମାସିକ ୩୦ ହଜାର ଟଙ୍କା ଓ ଗ୍ରାମାଞ୍ଚଳର ୩୫୧ଟି ଥାନାକୁ ୨୦ ହଜାର ଟଙ୍କା ଦିଆଯିବ। ମହିଳା ଓ ଟ୍ରାଫିକ ଥାନାକୁ ୩୦ ହଜାର ଟଙ୍କା ଓ ସାମୁଦ୍ରିକ ଥାନାକୁ ୨୦ ହଜାର ଟଙ୍କା ପ୍ରତି ମାସରେ ଦିଆଯିବ। ସେଥିପାଇଁ ୧୭.୫ କୋଟି ଟଙ୍କାର କଣ୍ଟିଜେନ୍ସି ଫଣ୍ଡ୍ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here