ଫୁଲବାଣୀ ମୁନିସପାଲଟି ସମେତ ଜିଉଦୟଗିରି ଓ ବାଲିଗୁଡ଼ା ଏନଏସିର ସଂରକ୍ଷଣ ତାଲିକା ପ୍ରକାଶ

0
240

କନ୍ଧମାଳ,(ନ୍ୟୁଜ ଏକ୍ସଟ୍ରା): ଆଉ କେଇଟା ମାସ ପରେ ପୌର ନିର୍ବାଚନ I ଏହାକୁ ଦୃଷ୍ଟିରେ ରଖି ଫୁଲବାଣୀ ପୌରପାଳିକା ସମେତ ଜି.ଉଦୟଗିରି ଓ ବାଲିଗୁଡ଼ା ଏନଏସିର ୱ୲ର୍ଡଆରୀ ସଂରକ୍ଷଣ ତାଲିକା ପ୍ରକାଶ କରାଯାଇଛି । ୧୩ ୱ।ର୍ଡ ବିଶିଷ୍ଟ ଫୁଲବାଣୀ ପୌର ପରିଷଦର ୧ନଂ.୮ନଂ,୧୦ ନଂ ଓ ୧୨ ନଂ ଆସନ ଅଣ ସଂରକ୍ଷିତ ଥିବାବେଳେ ୪,୯ ଓ ୧୧ଆସନ ଅନୁସୁଚିତ ଜାତି ମହିଳା ମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ୫,୬,୧୩ ନମ୍ବର ୱ।ର୍ଡ ସାଧାରଣ ବର୍ଗ ମହିଳା ଙ୍କ ପାଇଁ ଥିବା ବେଳେ ୨ନମ୍ବର ୱ ୲ର୍ଡ କେବଳ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ । ୩ ନମ୍ଵର ୱାର୍ଡ ଅନୁସୂଚିତ ଜନଜାତି ପାଇଁ ଉଦ୍ଦିଷ୍ଟ ରଖାଯାଇଛି । ସେହିପରି ବାଲିଗୁଡ଼ା ଏନଏସି ରେ ୧୩ଟି ୱାର୍ଡ ପାଇଁ ସଂରକ୍ଷଣ ତାଲିକା ପ୍ରସ୍ତୁତ ହୋଇଛି । ସେଥି ମଧ୍ୟରୁ ୧,୬,୧୧ନମ୍ୱର ୱ।ର୍ଡ ଅଣ ସଂରକ୍ଷିତ ଥିବାବେଳେ ୨ ଓ ୫ ନମ୍ବର ୱ।ର୍ଡ ଅନୁସୁଚିତ ଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ, ରହିଛି ।୭, ୮ ୯,ଓ୧୦ ନମ୍ବର ୱାର୍ଡ ସାଧାରଣ ବର୍ଗ ମହିଳା ଙ୍କ ପାଇଁ ରହିଛି । ୪ ନମ୍ବର ୱାର୍ଡ ଅନୁସୁଚିତ ଜାତି ମହିଳାଙ୍କ ପାଇଁ ସଂରକ୍ଷଣ ଥିବା ବେଳେ ୧୨ନମ୍ବର ୱ୲ର୍ଡ ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ । ୧୩ନମ୍ବର ୱାର୍ଡ ଅନୁସୁଚିତ ଜାତି ପାଇଁ ରହିଛି । ସେହିପରି ଜି.ଉଦୟଗିରି ଏନଏସିର ୧୩ଟି ୱ।ର୍ଡ ମଧ୍ୟରୁ ୧,୫, ୮ଓ ୧୩ୱ।ର୍ଡ ଅଣ ସଂରକ୍ଷିତ ରହିଛି । ୨, ୪, ୭,ଓ ୯ନମ୍ବର ସାଧାରଣ ବର୍ଗ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଥିବାବେଳେ ୧୧ଓ ୧୨ଅନୁସୁଚିତ ଜନଜାତି ମହିଳାଙ୍କ ପାଇଁ ରହିଛି । ୩ ନମ୍ବର ୱ।ର୍ଡ଼ ଅନୁସୁଚିତ ଜାତି ମହିଳାଙ୍କ ପାଇଁ ଥିବା ବେଳେ ୧୦ ନମ୍ବର ୱ।ର୍ଡ ଅନୁସୂଚିତ ଜନଜାତିଙ୍କ ପାଇଁ ରହିଛି।୬ ନମ୍ବର ୱ।ର୍ଡ ଅନୁସୂଚିତ ଜାତିଙ୍କ ପାଇଁ ରହିଛି। ସଂରକ୍ଷଣ ତାଲିକାକୁ ନେଇ ପୌରଞ୍ଚଳରେ ବିଭିନ୍ନ ଦଳର ନେତା ଓ କର୍ମୀମାନେ ଟିକଟ ଲବି ଆରମ୍ଭ କରି ଦେଇଥିବା ଜଣାପଡିଛି । ତେବେ ଏଥର ଅଧ୍ୟକ୍ଷ ପଦବୀ ପାଇଁ ସିଧାସଳଖ ନିର୍ବାଚନ ହେବ। ଅଧ୍ୟକ୍ଷ ପଦବୀର ସଂରକ୍ଷଣ ତାଲିକ। ପ୍ରକାଶ ପାଇନଥିବା ଫଳରେ ଏହି ପଦବୀ ପାଇଁ ଆଶୀୟୀ ନେତାମାନେଅପେକ୍ଷା କରି ବସିଛନ୍ତି । ତେବେ ଫୁଲବାଣୀ ପୌରାଧ୍ଯକ୍ଷ ଆସନ ସାଧାରଣ ବର୍ଗ ହେବ ବୋଲି କୁହାଯାଉଥିବା ବେଳେ ବାଲିଗୁଡ଼ା ଏନଏସି ଅଧ୍ୟକ୍ଷ ଆଦିବାସୀଙ୍କ ପାଇଁ ଓ ଜି.ଉଦୟଗିର ଆସନ ମହିଳାଙ୍କ ପାଇଁ ସଂରକ୍ଷଣ ରହିପାରେ ବୋଲି ଶୁଣିବାକୁ ମିଳୁଛି । ତେବେ ଚୁଡ଼ାନ୍ତ ତାଲିକା ପ୍ରକାଶ ପାଇଲେ ହିଁ ସଠିକ ଜଣାପଡିବ ବୋଲି ଆଲୋଚନା ହେଉଛି l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here