ଏସଓଏସ ଭିଲେଜରେ ଛୋଟ ପିଲାଙ୍କ ସହ ଦୀପାବଳି ପାଳିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0
657

ଭୁବନେଶ୍ବର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) ପବିତ୍ର ଦୀପାବଳି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗରିବ ଓ ଅନାଥ ପିଲାମାନଙ୍କ ସହ ସନ୍ଧ୍ୟାରେ ଖୁସି ମନାଇଛନ୍ତି। ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରେ ଏସଓଏସ ଭିଲେଜରେ ଶହ ଶହ ପିଲାଙ୍କ ଗହଣରେ ଆଲୋକର ପର୍ବ ପାଳିଛନ୍ତି। ପିଲାମାନଙ୍କ ଗହଣରେ ହାତରେ ଝୁରଝୁରି ବାଣ ଧରି ନବୀନ ଦୀପାବଳି ପାଳନ କରିଥିଲେ। ଛୋଟଛୋଟ ପିଲାମାନଙ୍କ ସହ ନବୀନ କଥା ହେବାସହ ସେମାନଙ୍କୁ ମିଠେଇ ଓ ଚକଲେଟ ବାଣ୍ଟିଥିଲେ । ଏସଓଏସ ଭିଲେଜରେ ରହୁଥିବା କୁନିକୁନି ପିଲାଙ୍କ ମୁହଁରେ ହସ ଫୁଟାଇଥିଲେ । ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଦୀପାବଳି ପାଳନ କରି ପିଲାମାନେ ବି ବେଶ ଖୁସି ହୋଇଥିଲେ । ଦୀପାବଳି ପାଳନ ପରେ ମୁଖ୍ୟମନ୍ତ୍ରୀ ଏସଓଏସ ଭିଲେଜର ବିକାଶ ପାଇଁ 20 ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here