ପ୍ରଶାସନିକ କଟକଣା: ଦୀପାବଳୀ ପୂର୍ବରୁ ମଧ୍ୟ ଖୋଲିଲାନି ରାଜ୍ୟର ସର୍ବବୃହତ ବାଣ ବଜାର। କୋଟି କୋଟି ଟଙ୍କାର କାରବାର ଠପ।

0
965

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : କିଛି ଘଣ୍ଟାର ଅପେକ୍ଷା ଆଲୋକର ପର୍ବ ଦୀପାବଳୀ ପାଳନକୁ। ଦକ୍ଷିଣଓଡ଼ିଶାର ବ୍ୟବସାୟିକ ପେଣ୍ଠସ୍ଥଳି ବ୍ରହ୍ମପୁର ସହରରେ ରହିଛି ରାଜ୍ୟର ସର୍ବବୃହତ ବାଣ ବଜାର। ସହର ବାହାରେ ଥିବା ବାଲୁଙ୍କେଶ୍ୱର ବାଣ ବଜାର ନିକଟରେ କ୍ରମଶଃ ଜନବସତି ବଢ଼ିବାରେ ଲାଗିଛି। ଯାହାକୁ ନେଇ ଏପରିକି ସୁପ୍ରିମକୋର୍ଟଙ୍କ ନିର୍ଦେଶନାମାକୁ ଆଧାର କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ବାଣ ବଜାରକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଚିନ୍ତା କରୁଛି। ବାଲୁଙ୍କେଶ୍ୱର ବାଣ ବଜାରରେ ମୋଟ ୪୮ଜଣ ବ୍ୟାବଶାୟୀଙ୍କ ନାମରେ ଲାଇସେନ୍ସ ଥିବାବେଳେ ଏହାକୁ ସାମୟିକ ଭାବେ ପ୍ରଶାସନ ଅନୁମତି ଦେଇଥାଏ।କିନ୍ତୁ କିଛି ଅଭିଯୋଗ ପରେ ଚଳିତ ବର୍ଷ ରାଜ୍ୟର ଏହି ସର୍ବବୃହତ ବାଣ ବଜାରରେ ଦେଖିବାକୁ ମିଳିଛି ଅଚଳାବସ୍ଥା। ଦିନକ ପରେ ଯଦିଓ ଦୀପାବଳୀ କିନ୍ତୁ ବଜାରର କୌଣସି ଦୋକାନ ଆଜି ସନ୍ଧ୍ୟା ସୁଦ୍ଧା ଖୋଲାଯାଇନାହିଁ। ପୂର୍ବରୁ ବେନିୟମ ଭାବେ ବାଣ ଗଛିତ ରଖିବା ଅଭିଯୋଗରେ ପୋଲିସ ଓ ଅଗ୍ନିଶମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ସମସ୍ତ ଦୋକାନକୁ ସିଲ କରାଯାଇଥିଲା। କିନ୍ତୁ କିଛି ବ୍ୟାବଶାୟୀ ନିଜ ନାମରେ ଲାଇସେନ୍ସ ନେଇ ତାକୁ ସବଲିଜ ଦେଉଥିବା ଭଳି ଅଭିଯୋଗ ଆସିବା ପରେ ଏହାକୁ ନେଇ ପୁଣି ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଥିଲା। ଯାହାକୁ ନେଇ ଦୁଇଟି ପୃଥକ ପୃଥକ ମାମଲା କୋର୍ଟରେ ବିଚାରାଧୀନ ଅଛି। ଏଭଳି ପରିସ୍ଥିତିରେ ବାଣ କିଣିବାକୁ ଓ ଫୁଟାଇବାକୁ ନେଇ ଯେଉଁ ଉତ୍ସାହ ସେଥିରେ ଫିକା ପଡିଯାଇଛି। ବାଣ ବଜାର ବନ୍ଦ ଯୋଗୁଁ ସହରରେ କେଉଁଠାରେ ହେଲେ ବାଣ ବିକ୍ରିବଟା ଚଳିତ ବର୍ଷ ପ୍ରଶାସନିକ କଟକଣା ପାଇଁ ପ୍ରଭାବିତ ହୋଇଛି। କାଳେ କେତେବେଳେ ବଜାର ଖୋଲିବ ଆଉ ବାଣ ମିଳିବ ଏହି ଆଶାରେ ଲୋକଙ୍କ ସୁଅ ଛୁଟିଛି ବାଣ ବଜାର ନିକଟରେ। ସେପଟେ ପୋଲିସ ଛାଉଣୀ କରି ଜଗି ବସିଛି ବଜାରକୁ। ଇତି ମଧ୍ୟରେ ମୋଟ ୪୮ଟି ଦୋକାନ ମଧ୍ୟରୁ କେବଳ ୧୦ଟି ଦୋକାନିକୁ ଜିଲ୍ଲାପାଳ ଅନୁମତି ଦେଇଥିବା ବେଳେ ଅନ୍ୟ ଦୋକାନୀ ନିଜ ଜିଦରେ ଅଟଳ ଥିବାରୁ ପରିସ୍ଥିତି ଜଟିଳ ହୋଇପଡ଼ିଛି। ଯାହାର ପ୍ରଭାବରେ ଚଳିତ ବର୍ଷ କେବଳ ବ୍ରହ୍ମପୁର କାହିଁକି ସମଗ୍ର ଦକ୍ଷିଣ ଓଡିଶାରେ ଏପରିକି ରାଜ୍ୟରେ ଦେଖିବାକୁ ମିଳିବ। ୧୦ଟି ଦୋକାନୀଙ୍କୁ ଅନୁମତି ଦିଆଯାଇଥିବା ବେଳେ ସମସ୍ତ ନୀତିନିୟମକୁ ପୂରଣ କଲେ ପ୍ରଶାସନ ଅନୁମତି ଦେବାରେ କୌଣସି ସମସ୍ୟା ନଥିବା କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଆଶା କରାଯାଉଛି ଦୀପାବଳୀ ପୂର୍ବରୁ ସମସ୍ୟାର ସମାଧାନ ହେବ ଓ ବେଶ ଉତ୍ସାହର ସହିତ ନିୟମ ପାଳନ କରି ସୁରକ୍ଷିତ ଭାବେ ସମସ୍ତେ ଦୀପାବଳୀ ପର୍ବକୁ ପାଳନ କରିବେ।

LEAVE A REPLY

Please enter your comment!
Please enter your name here