ଗଞ୍ଜାମରେ ଚାଞ୍ଚଲ୍ୟ; ସମ୍ପର୍କୀୟ ଭାଇର ତଣ୍ଟି କାଟି ବିଭତ୍ସ ହତ୍ୟା। ହତ୍ୟାକାରୀ ଭାଇ ଗିରଫ।

0
848

ଗଂଜାମ (ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ)-: ଗଞ୍ଜାମ ଜିଲ୍ଲାରେ ଏକ ବିଭତ୍ସ ହତ୍ୟାକାଣ୍ଡ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବୁଗୁଡା ଥାନା ଅନ୍ତର୍ଗତ ମାଳିଝୋଲା ଗ୍ରାମର ମନ୍ଦିର ପରିସରରେ ଆଜି ଏକ ରକ୍ତ ଜୁଡୁବୁଡୁ ମୃତ ଦେହ ଠାବ କରାଯାଇଥିଲା। ମୃତକ ଜଣକ ସେହି ଗ୍ରାମର ନିଲୁ ପ୍ରାତ୍ର ବୋଲି ଜଣାପଡିଛି। ଘଟଣା ସମ୍ପର୍କରେ ଖବର ପାଇ ବୁଗୁଡା ଥାନା ପୋଲିସ ଘାଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ନିଲୁଙ୍କ ତଂଟିରେ ଗଭୀର କ୍ଷତ ଥିବାବେଳେ ପ୍ରଚୁର ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ହେଁ ମୃତ ନିଲୁଙ୍କ ବଡବାପା ପୁଅ ଭାଇକୁ ସନ୍ଦେହରେ ପୋଲିସ ଅଟକ ରଖି ପଚରାଉଚରା କରୁଛି। ସାମାନ୍ୟ ବଚସାରୁ ଏଭଳି ବିଭତ୍ସ ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଥିବା ବେଳେ ଘଟଣାଟି ସମଗ୍ର ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

LEAVE A REPLY

Please enter your comment!
Please enter your name here